କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ଏକ କୁଇଣ୍ଟାଲ ଓଜନର ଘଣ୍ଟି, ଅଧକିଲୋମିଟର ଯାଏ ଶୁଭୁଛି ଶବ୍ଦ

କାକଟପୁର(କେନ୍ୟୁଜ୍): କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ବଡ ଘଣ୍ଟି। ଏହି ଘଣ୍ଟି ଟି ଲାଗିବା ପରେ ଏହାକୁ ବଜାଇ ଭକ୍ତ ଓ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ଆଶିଷ ନେଉଛନ୍ତି। ଏହି ଘଣ୍ଟିର ଧୋନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଏହାର ଶବ୍ଦ ମନ୍ଦିର ଠାରୁ ଅଧକିଲୋମିଟର ପର୍ଯ୍ଯନ୍ତ ଶୁଭାଯାଉଛି ।

ଏହି ଘଣ୍ଟିଟିର ଓଜନ ଏକ କୁଇଣ୍ଟାଲ କୋଡିଏ କିଲୋ ରହିଥିବା ବେଳେ ଏହାକୁ ଏକ ବର୍ଷ ତଳେ ଖୋର୍ଦ୍ଧା ଅଞ୍ଚଳର ଜଣେ ଭକ୍ତ ନାରାୟଣ ମହାନ୍ତି ମନ୍ଦିରକୁ ଦାନ କରିଥିଲେ। ମନ୍ଦିର ଭିତରେ ଏହି ବିଶାଳକାୟ ଘଣ୍ଟିଟିକୁ ମନ୍ଦିରର ଗର୍ଭଗୃହରେ ଲଗାଇବା ଦ୍ବାରା ଏହାର ଧୋନୀର ଭାଇବ୍ରେସନ ଯୋଗୁଁ ମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରି ଏହାକୁ ମନ୍ଦିର ଭିତରେ ଟଙ୍ଗା ଯାଇପାରିନଥିଲା । ସେବକ ନିଯୋଗର ପରାମର୍ଶ ଏବଂ ଟ୍ରଷ୍ଟବୋର୍ଡର ନିଷ୍ପତି କ୍ରମେ ଏହି ବିଶାଳକାୟ ଘଣ୍ଟିକୁ ମନ୍ଦିର ବେଢା ପରିସରରେ ଦୁଇଟି ଲୁହା ଖୁଣ୍ଟ ଦେହରେ ଟଙ୍ଗାଯାଇ ସ୍ଥାପନ କରାଯାଇଛି।

You might also like