ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ବଢିଲା ଆବେଦନର ଶେଷ ତାରିଖ

ଭୁବନେଶ୍ୱର(କେନ୍ୟୁଜ୍): ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ବା ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ ୧୦ ତାରିଖ ସକାଳ ୧୦ ଟାରୁ ୧୯ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ବୋଲି ଘୋଷଣା ହୋଇଥିଲା ।

ଏବେ ଅକ୍ଟୋବର ୨୬ ତାରିଖ ରାତି ୧୧ ଟା ୪୫ ମିନିଟ ଯାଏ ଆବେଦନ କରି ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । www. bseodisha. ac. in ୱେବସାଇଟରେ ଏଥିପାଇଁ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.