କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି ।

ଭଞ୍ଜନଗର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନିକଟସ୍ଥ ଗେରେଡା ଗାଁର ମାଳା ନାଇକ ବୋଲି ଜଣାପଡିଛି। ଜଙ୍ଗଲ ନିକଟ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଯାଇଥିବା ବେଳେ ଦୀପ ନିଆଁ ତାଙ୍କ ଲୁଗାରେ ଲାଗିଯାଇଥିଲା । ଶରୀର ଅର୍ଦ୍ଧାଧିକ ଅଂଶ ପୋଡ଼ି ଯିବାରୁ, ନିଜକୁ ବଞ୍ଚାଇବାକୁ ଯାଇ ପାଖରେ ଥିବା କୂଅ ଭିତରକୁ ଡେଇଁ ପଡ଼ିଥିଲେ । ମଙ୍ଗଳବାର ରାତି ତମାମ ସେ କୂଅରେ ପଡ଼ିଥିବା ବେଳେ ବୁଧବାର ଦିନ କିଛି ଲୋକେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.