Below header

ଗୁପ୍ତ ଧନ ପାଇଁ ନରବଳି ଅଭିଯୋଗ: ନିଖୋଜର ୪ ଦିନ ପରେ ମିଳିଲା ନାବାଳକର ମୃତଦେହ

ନିଖୋଜର ୪ ଦିନ ପରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ।ଜଙ୍ଗଲରୁ ନିଖୋଜ ସଞ୍ଜିତ ବିଶ୍ୱାଳଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ନଥିଲା ଗୋଡ଼ ଓ ହାତ । ଏହାକୁ ନେଇ ବଳି ପାଇଁ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି ।

ଆଠମଲ୍ଲିକ (କେନ୍ୟୁଜ): ଗୁପ୍ତ ଧନ ପାଇଁ ନରବଳି । ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିବା ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ । ନିଖୋଜର ୪ ଦିନ ପରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ । ଟୁସର ଗାଁର ବାରେଣୀ ଜଙ୍ଗଲରୁ ନିଖୋଜ ସଞ୍ଜିତ ବିଶ୍ୱାଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ନଥିଲା ଗୋଡ଼ ଓ ହାତ ।

ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ପୁଅ ସଞ୍ଜିତଙ୍କୁ ନେଇ ଟୁସର ଗାଁରେ ଥିବା ମାଆ ମଙ୍ଗଳାଙ୍କ ପୂଜାର୍ଚ୍ଚନା ସହ ରାତିରେ ଅଧିଆ ପଡ଼ିଥିଲେ । ସେଦିନ ଅଲଗା ଅଲଗା କୋଠରୀରେ ଶୋଇଥିଲେ ମାଆ ଓ ପୁଅ । ସକାଳେ ଉଠିବା ବେଳକୁ ସଞ୍ଜିତ ସେଠାରେ ନଥିବା ଦେଖିଥିଲେ ବାସନ୍ତୀ । ବହୁ ଖୋଜାଖୋଜି ପରେ ବି ମିଳି ନଥିଲେ ସଞ୍ଜିତ । କିଏ ଓ କାହିଁକି ଏଭଳି ନୃଶଂସକାଣ୍ଡ ଘଟାଇଲା ? ହତ୍ୟାର ପ୍ରକୃତ କାରଣ କଣ ? ବଳି ପାଇଁ ନା ଅନ୍ୟ କୌଣସି କାରଣରୁ ସଞ୍ଜିତଙ୍କୁ ବୀଭତ୍ସ ହତ୍ୟା କରାଗଲା ? ମାଆ ଓ ପୁଅକୁ କାହିଁକି ଅଲଗା ଅଲଗା କୋଠରୀରେ ଶୁଆଯାଇଥିଲା ? ପୂର୍ବରୁ ପ୍ଲାନ୍‌ ହୋଇଥିଲା କି ? ସେଥିପାଇଁ ସଞ୍ଜିତଙ୍କୁ ଅଲଗା କୋଠରୀରେ ଶୁଆଯାଇଥିଲା ? ମଙ୍ଗଳା ମନ୍ଦିର ପୂଜକଙ୍କ ଭୂମିକା କଣ ? ରାତିରେ ଶୋଇଥିଲେ ସକାଳୁ କେମିତି କୁଆଡ଼େ ଗାଏବ ହୋଇଗଲେ ସଞ୍ଜିତ ? କଟା ଯାଇଥିବା ହାତ ଓ ଗୋଡ଼ ଗଲା କୁଆଡ଼େ ? ଯଦି ବଳି ପାଇଁ ହତ୍ୟା ତେବେ କରିଛି କିଏ ? କେତେ ଜଣ ଓ କେଉଁମାନେ ସାମିଲ ଅଛନ୍ତି ?

ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସଞ୍ଜିତଙ୍କ ଡେଥ୍‌ ମିଷ୍ଟ୍ରି । ଗୁପ୍ତଧନ ପାଇଁ ନରବଳି ଦିଆଯାଇଥିବା ଅଭିଯୋଗ ହୋଇଛି । କେଉଁ ଗୁପ୍ତଧନ ପାଇଁ ସଞ୍ଜିତଙ୍କୁ ବଳି ଦିଆଗଲା ? ଅଧିକ ଖୋଳତାଡ କରୁଛି କିଆକଟା ଥାନା ପୋଲିସ । ମଙ୍ଗଳା ମନ୍ଦିରର ମହିଳା ପୂଜକ ଓ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ଆଜି ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.