ଧରାପଡିଲା ମାରଣା ଷଣ୍ଢ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କରୁଥିଲା ଆକ୍ରମଣ

ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍‌ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ।

କଟକ (କେନ୍ୟୁଜ): କଟକରେ ଧରାପଡିଲା ମାରଣା ଷଣ୍ଢ। ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍‌ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ।

ଏପରିକି ରାସ୍ତାରେ କୌଣସି ଲୋକଙ୍କୁ ଯିବା ଆସିବା କରିବାକୁ ଦେଉ ନଥିଲା । ଫଳରେ ଲୋକେ ଭୟଭୀତ ହୋଇ ରହିଥିଲେ। ଷଣ୍ଢକୁ କାବୁ କରି ସ୍ଥାନାନ୍ତରିତ କରିବାକୁ CMC କର୍ତ୍ତୁୁପକ୍ଷଙ୍କୁ ଦାବି କରିଥିଲେ ଅଞ୍ଚଳବାସୀ। ଷଣ୍ଢଟି ପାଗଳା ହୋଇଛି କିମ୍ବା କୌଣସି ପ୍ରକାର ଖାଦ୍ୟ ଖାଇଥିବା ଯୋଗୁଁ ଏଭଳି ଆଚରଣ କରୁଥିବା ସନ୍ଦେହ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.