Below header

ଦିନକ ପରେ ପଞ୍ଚମ ପର୍ଯ୍ୟାୟ ମତଦାନ , ୪୮ ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନରେ ହେବ ଲଢ଼େଇ

କେନ୍ୟୁଜ: କିଛି ସମୟ ପରେ ସରିବ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର । ଗୁରୁବାର ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ । ୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ଗାଁରେ ପ୍ରଚାର କରିପାରିବେ ନାହିଁ। ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତି ରାଜନୈତିକ ଦଳର ନେତା ଏବଂ ପ୍ରଚାର କାର୍ଯ୍ୟରେ ନିୟୋଜିତ କର୍ମୀ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ରହିଛି ।

ପଞ୍ଚମ ପର୍ଯ୍ୟାୟରେ ୪୮ ବ୍ଲକର ୧୩୧ ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ଭୋଟ ନିଆଯିବ । ୯୭୫ ଗ୍ରାମପଞ୍ଚାୟତ, ୧୩ ହଜାର ୫୧୪ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପଞ୍ଚମ ପର୍ଯ୍ୟାୟରେ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.