ବିଦ୍ୟୁତ ତାର ଲାଗି ଝିଅ ମୃତ, ବଞ୍ଚାଇବାକୁ ଯାଇ ୪ ଗୁରୁତର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ଝିଅର ଜୀବନ । ଝିଅକୁ ବଞ୍ଚାଇବାକୁ ଯାଇ ପରିବାରର ୪ଜଣ ଗୁରୁତର ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ପାରାଦୀପ କୁଜଙ୍ଗ ଥାନା ବାଲିସାହି ଗାଁରେ ଘଟିଛି ।

ପାରାଦୀପ (କେନ୍ୟୁଜ): ବିଦ୍ୟୁତ ତାର ଲାଗି ଝିଅ ମୃତ, ୪ ଗୁରୁତର । ପାରାଦୀପ କୁଜଙ୍ଗ ବାଲିସାହିରେ ଅଭାବନୀୟ ଘଟଣା । ଝିଅକୁ ବଞ୍ଚାଇବାକୁ ଯାଇ ବାପାମାଆ, ଦାଦା ଓ ଜଣେ ପଡ଼ୋଶୀ ଗୁରୁତର ହୋଇଛନ୍ତି । ୪ ଗୁରୁତର କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଆଡିଆ ବାଲିସାହି ଗାଁର ରାନୁ ବେହେରା । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁ ଅଘଟଣ ଘଟିଥିବା ଜଣାପଡିଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ମେଡିକାଲୁ ସ୍ଥାନାନ୍ତର କରାଯାଇଛି। ହେଲେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.