କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ, ଯୋଗ ଦେବେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟପାଳ
ଆଜି ହେଉଛି କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ‘କିସ୍’ । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ‘କିସ୍’ । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଜି-୨୦ ଶେର୍ପା ତଥା ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ସମାବର୍ତ୍ତନ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ରଖିବେ । ଏହା ସହିତ ତିନିଥର ଗ୍ରାମୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଭାରତୀୟ ସଂଗୀତଜ୍ଞ ରିକି କେଜ୍ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ।
ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ବିଣ୍ବଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯିବ । ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ୟ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଡକ୍ଟରେଟ ପ୍ରଦାନ କରାଯିବ । ସେମାନେ ହେଲେ ଋଷିକେଶ ସ୍ଥିତ ପରମାର୍ଥ ନିକେତନ ଆଶ୍ରମର ସଭାପତି ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ, ଶ୍ରୀ ଭାରତୀୟ ସଂସ୍କୃତି ସମ୍ବର୍ଦ୍ଧକ ଟ୍ରଷ୍ଟର ସଭାପତି ତଥା ଆଧ୍ୟାତ୍ମିକ ଗୁରୁ ଭାଇଶ୍ରୀ ରମେଶ ଭାଇ ଓଜା, ସିଙ୍ଗାପୁର ମନିଟାରୀ ଅଥରିଟୀର ମୁଖ୍ୟ ଫିନଟେକ୍ ଅଫିସର ତଥା ବୋର୍ଡ଼ ଅଫ୍ ଇଲେଭାଣ୍ଡି ସିଙ୍ଗାପୁର ଅଧ୍ୟକ୍ଷ ସ୍ବପ୍ନେନ୍ଦୁ ମହାନ୍ତି ଏବଂ ଫିଲିପାଇ୍ନସ ସାଂସଦ ରଫସ୍ ବି ରଡ୍ରିଗ୍ବେଜ ।
ଏହି ସମାରୋହରେ କିସ୍ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର, ଏମଫିଲ ଏବଂ ପିଏଚଡି ସମାପ୍ତ କରିଥିବା ୩୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ପ୍ରଦାନ କରାଯିବ । ଏହା ବ୍ୟତୀତ ଣିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ନାତକମାନଙ୍କୁ ପ୍ରତିଷ୍ଠାତା ସ୍ବର୍ଣ୍ଣପଦକ, କୁଳାଧିପତି ସ୍ବର୍ଣ୍ଣ ପଦକ, କୁଳାଧିପତି ସ୍ବର୍ଣ୍ଣ ପଦକ, ଏବଂ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯିବ ।
ଶିକ୍ଷା ଜରିଆରେ ଜନଜାତି ସମ୍ପ୍ରଦାୟକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଶିକ୍ଷାବିତ, ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ୧୯୯୨-୯୩ରେ କିସ୍ ପ୍ରତିଷ୍ଠା କରିଥିଲେ । ମାତ୍ର ୧୨୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏବେ ବିଭିନ୍ନ ଶାଖା ସହ ୪୦ ହଜାର ଶିକ୍ଷାର୍ଥୀଙ୍କୁ ମାଗଣାରେ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରାୟ ୪୦ ହଜାର ଛାତ୍ରୀ ଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଛନ୍ତି । ଗୁଣାତ୍ମକ, ସାମଗ୍ରିକ ଶିକ୍ଷା ସହ ବାଳିକା ସଶକ୍ତିକରଣ, ଧନ୍ଦାମୂଳକ ଏବଂ ଜୀବନ କୌଶଳ ଶିକ୍ଷା ସହ ବିଶେଷ କରି ମାନବିକତା ଓ ସ୍ଥାୟୀ ବିକାଶ ଆଦିକୁ କିସରେ ଗୁରୁତ୍ବ ଦିଆଯାଇ ଆସୁଛି ।