ଅଭିନେତାଙ୍କ ମହାନତା, ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନିଜ ଗାଡିରେ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର: ଅଭିନେତାଙ୍କ ମହାନତା । ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନେଲେ ଡାକ୍ତରଖାନା। ପୋଲିସ କର୍ମଚାରୀ ଜଣଙ୍କ କଟକ ଜିଆରପିରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ଗୁଲାମ ଅଲ୍ଲୀ । ସୂଚନା ଅନୁଯାୟୀ ଗୁଲାମ ଅଲ୍ଲୀଙ୍କୁ ଭୁବନେଶ୍ୱର ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ଏକ କାର ଧକ୍କା ଦେଇଥିଲା। ଫଳରେ ଗୁଲାମଙ୍କର ପ୍ରବଳ ରକ୍ତସ୍ରାବ ହେବା ସହ ସେ ମୁର୍ମୁଷ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ ।

ସୌଭାଗ୍ଯ ବଶତଃ ସେତେବେଳେ ସେଠାରେ ଉପସ୍ଥିତ ଥିବା ଯୁବ ଇଞ୍ଜିନିୟର ତଥା ଅଭିନେତା ଅଙ୍କିତ ମହାନ୍ତି ତାଙ୍କୁ ସାହାର୍ଯ୍ଯର ହାତ ବଢାଇଲେ । କୌଣସି ସମୟ ନନେଇ ସେ ତୁରନ୍ତ ନିଜ ଗାଡିରେ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ଫଳରେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିବାରୁ ଗୁଲାମ ଅଲ୍ଲୀଙ୍କ ବିପଦ ଟଳିଯାଇଥିଲା।

ଏହାପରେ ଅଙ୍କିତ ଗୁଲାମଙ୍କ ପରିବାରବର୍ଗଙ୍କୁ ଫୋନ କରି ସବୁ ଜଣାଇଥିଲେ । ଅଙ୍କିତଙ୍କ ଏ ମହାନତା ପାଇଁ ଗୁଲାମ ଓ ତାଙ୍କ ପରିବାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ଅଙ୍କିତ କହିଛନ୍ତି, ପୋଲିସ କର୍ମଚାରୀ ଲୋକଙ୍କ ସେବାରେ ୩୬୫ ଦିନ କାମ କରନ୍ତି। କରୋନା ହେଉ କି ବାତ୍ୟା କି ପର୍ବପର୍ବାଣୀ ସବୁବେଳେ ଆମକୁ ସେବା ଯୋଗାଉଛନ୍ତି, ତାଙ୍କ ଲାଗି କିଛି କରି ପାରି ମୁଁ ବହୁତ ଖୁସି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.