Below header

ସ୍କୁଲ ଶ୍ରେଣୀ ବାରଣ୍ଡାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗାଁର ଏକ ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶୋଇ ଥାନା ରାଇହରି ଗାଁର ବିଶ୍ୱଭୂଷଣ ନନ୍ଦ ।

ବାଙ୍ଗିରିପୋଷି (କେନ୍ୟୁଜ): ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗାଁର ଏକ ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶୋଇ ଥାନା ରାଇହରି ଗାଁର ବିଶ୍ୱଭୂଷଣ ନନ୍ଦ ।

ସେ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ । ସବୁଦିନ ଭଳି ଗତକାଲି ମଧ୍ୟ ଅନ୍ୟ ପିଲମାନଙ୍କ ସହ ରାତ୍ରିଭୋଜନ କରିବା ପରେ ବିଦ୍ୟାଳୟ ଛାତ୍ରାବାସରେ ଶୋଇଥିଲେ । ସକାଳୁ ଏକ ଶ୍ରେଣୀ ଗୃହରେ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି ବାଙ୍ଗିରିପୋଷି ପୁଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.