ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୃତ୍ୟୁକୁ ସହଜରେ ଗ୍ରହଣ କରୁନାହାଁନ୍ତି ପରିବାର

ଶୋକାକୂଳ ପରିବେଶ ଭିତରେ ସମ୍ପନ୍ନ ହେଲା ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ଗତକାଲି ରାତିରେ ମୃତଦେହ ବାରିପଦାସ୍ଥିତ ପୈତୃକ ଘରେ ପହଞ୍ଚିବାପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ତେବେ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ପରିବାରଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ସିମୁଳିଆ (କେନ୍ୟୁଜ): ଶୋକାକୂଳ ପରିବେଶ ଭିତରେ ସମ୍ପନ୍ନ ହେଲା ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ଗତକାଲି ରାତିରେ ମୃତଦେହ ବାରିପଦାସ୍ଥିତ ପୈତୃକ ଘରେ ପହଞ୍ଚିବାପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ତେବେ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ପରିବାରଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପୋଲିସ ଏହି ଘଟଣାରେ ଛାନଭିନ୍ ଜାରି ରଖିଛି । ଗତକାଲି ସରକାରୀ ବାସଭବନରୁ ବିଶ୍ବରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମାତ୍ର ଦୁଇ ମାସ ତଳେ ବିଡିଓ ଭାବେ ବିଶ୍ବରଞ୍ଜନ ସିମୁଳିଆରେ ଯୋଗଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ଅଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ କାର୍ଯ୍ୟଚାପ ଏବଂ ଛୁଟି ମିଳୁନଥିଲା ବୋଲି ଅଭିଯୋଗ କରିଛନ୍ତି ମୃତ ବିଡିଓଙ୍କ ବାପା ନରେନ୍ଦ୍ର ମହାନ୍ତି । ଅକ୍ଟୋବର ୨୨ ତାରିଖରେ କାର୍ଯ୍ୟରେ ଯୋଗଦେଇ ଘରକୁ ଥରେ ମାତ୍ର ଆସିଥିବା କହିଛନ୍ତି । କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିବା କହିଛନ୍ତି ମୃତ ବିଡ଼ିଓଙ୍କ ବାପା । ପତ୍ନୀ ନିବେଦିତା ରାଉତ କହିଛନ୍ତି, ଆତ୍ମହତ୍ୟା ନେଇ ସନ୍ଦେହ ହଉଛି । ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.