ଭିଜିଲାନ୍ସ ଜାଲରେ OMVD ଟ୍ରାଫିକ ଇନ୍ସପେକ୍ଟର, ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ OMVD ଟ୍ରାଫିକ ଇନ୍ସପେକ୍ଟର। ଜବତ ହେଲା ୨୪ ଲକ୍ଷ ଟଙ୍କା । ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଫୁଲନଖରା ତ୍ରିନାଥ ବଜାର ନିକଟରୁ ଧରିଛି ।

କଟକ (କେନ୍ୟୁଜ): ଭିଜିଲାନ୍ସ ଜାଲରେ OMVD ଟ୍ରାଫିକ ଇନ୍ସପେକ୍ଟର। ଜବତ ହେଲା ୨୪ ଲକ୍ଷ ଟଙ୍କା । ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ।

ଫୁଲନଖରା ତ୍ରିନାଥ ବଜାର ନିକଟରୁ ଧରିଛି । ତାଳଚେରରୁ ଅସ୍ତରଙ୍ଗ ଆସୁଥିବା ବେଳେ ଜିତେନ୍ଦ୍ରଙ୍କୁ ଅଟକାଇଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ଗାଡ଼ିରୁ ମିଳିଥିଲା ୧୧ ଲକ୍ଷ ୧୫ ହଜାର ଟଙ୍କା । ତାଳଚେର ଭଡ଼ାଘରୁ ମିଳିଲା ୩ ଲକ୍ଷ ୮ ହଜାର ଟଙ୍କା । ଯାଞ୍ଚ ବେଳେ ଅସ୍ତରଙ୍ଗ ଘରୁ ମିଳିଲା ୧୦ ଲକ୍ଷ ଟଙ୍କା। ଜିତେନ୍ଦ୍ରଙ୍କ ଭାଇ କୃଷ୍ଣଚନ୍ଦ୍ରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.