ଅଯୋଧ୍ୟା ରାମ ମନ୍ଦିର ପାଇଁ ୭୦୦୦ କେଜିର ହାଲୱା ଭୋଗ ପ୍ରସ୍ତୁତ କରିବେ ବିଷ୍ଣୁ ମନୋହର, କରିଛନ୍ତି ୧୨ଥର ବିଶ୍ୱ ରେକର୍ଡ

ଅଯୋଧ୍ୟାରେ ଥିବା ଭବ୍ୟ ରାମ ମନ୍ଦିର ଖୁବ ଶୀଘ୍ର ୨୨ ଜାନୁଆରୀରେ ଉଦଘାଟନ ହେବାକୁ ଯାଉଛି । ଏହି ବିଶେଷ ଅବସରରେ ଦେଢ଼ ଲକ୍ଷ ରାମ ଭକ୍ତମାନେ ରାମ ଲାଲାଙ୍କୁ ଦିଆଯାଇଥିବା ୭୦୦୦ କିଲୋଗ୍ରାମ ରାମ ହାଲୱା ପ୍ରସାଦ ପାଇବେ । ତେବେ ଆସନ୍ତୁ ଏବେ ଜାଣିବା ଏତେ ଅଧିକ ହାଲୱା ତିଆରି କରିବା ପଛରେ ଏହି ବିଶେଷ କାରିଗର କିଏ?

ଅଯୋଧ୍ୟାରେ ଥିବା ଭବ୍ୟ ରାମ ମନ୍ଦିର ଖୁବ ଶୀଘ୍ର ୨୨ ଜାନୁଆରୀରେ ଉଦଘାଟନ ହେବାକୁ ଯାଉଛି । ଏହି ବିଶେଷ ଅବସରରେ ଦେଢ଼ ଲକ୍ଷ ରାମ ଭକ୍ତମାନେ ରାମ ଲାଲାଙ୍କୁ ଦିଆଯାଇଥିବା ୭୦୦୦ କିଲୋଗ୍ରାମ ରାମ ହାଲୱା ପ୍ରସାଦ ପାଇବେ । ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ କିଛି ଦିନ ମଧ୍ୟରେ ପବିତ୍ର ପ୍ରାଣ ପ୍ରତିଷ୍ଠା ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ଏହି ଐତିହାସିକ ଉତ୍ସବରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ବଲିଉଡ ତାରକା ତଥା କ୍ରିକେଟ୍ ଖେଳାଳି ଅଂଶଗ୍ରହଣ କରିବେ । ଲକ୍ଷ ଲକ୍ଷ ଭକ୍ତ ମଧ୍ୟ ପ୍ରସାଦ ପାଇବେ, ତେବେ ଆପଣମାନଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ- ସର୍ବଶେଷରେ, ଏତେ ଅଧିକ ହାଲୱା ତିଆରି କରିବା ପଛରେ ଏହି ବିଶେଷ କାରିଗର କିଏ?

ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତ ୭୦୦୦ କିଲୋଗ୍ରାମ ପ୍ରସାଦ ହାଲୱା ପ୍ରସ୍ତୁତ କରିବା କୌଣସି କମ କଥା ନୁହେଁ । ନାଗପୁରର ଖୁବ ପାରଦର୍ଶି ମିଠା ଦୋକାନୀ ବିଷ୍ଣୁ ମନୋହର ଏହି ହାଲୱା ପ୍ରସାଦ ତିଆରି କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ହି ପ୍ରାଣ ପ୍ରତିଷ୍ଠା ଦିନ ଦେଢ଼ ଲକ୍ଷ ରାମ ଭକ୍ତଙ୍କ ପାଇଁ ସ୍ୱାଦିଷ୍ଟ ହାଲୱା ପ୍ରସ୍ତୁତ କରିବେ । କିନ୍ତୁ ଏତେ ପରିମାଣର ହଲୱା କିପରି ତିଆରି ହେବ ସେ କଥା ଥରେ ଭାବନ୍ତୁ? ତେବେ ସେଥିପାଇଁ ମଧ୍ୟ ବିଷ୍ଣୁ ମନୋହରଙ୍କର ଏକ ବିଶେଷ କଡେଇ ଅଛି । ଏତେ ବିରାଟ କଡେଇ, ଯାହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଡେଇର ଓଜନ ପ୍ରାୟ ୧୪୦୦ କିଲୋଗ୍ରାମ । ଏହାର ଅର୍ଥ ଏହି କଡେଇ ଏକ ଛୋଟ ଗାଡିର ଓଜନ ସହିତ ସମାନ । ଏହି ସ୍ୱତନ୍ତ୍ର ବିଶାଳକାୟ କଡେଇ ନାଗପୁରରୁ ଅଯୋଧ୍ୟାକୁ ଅଣାଯାଇଛି ।

ତେବେ ଆସନ୍ତୁ ଏବେ ଜାଣିବା ଯିଏ ଏହି ସ୍ୱାଦିଷ୍ଟ ହାଲୱା ପ୍ରସ୍ତୁତ କରିବେ ତାଙ୍କ ବିଷୟରେ ଅର୍ଥାତ ବିଷ୍ଣୁ ମନୋହରଙ୍କ ବିଷୟରେ । ବିଷ୍ଣୁ ମନୋହର ଜଣେ ଆଶ୍ଚର୍ଯ୍ୟଜନକ ମିଠା ଦୋକାନୀ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ନାମରେ ୧୨ଟି ବିଶ୍ୱ ରେକର୍ଡ ରହିଛି । ପୂର୍ବରୁ ମଧ୍ୟ ସେ ଚମତ୍କାର କରି ମାତ୍ର – ୨୮୫ ମିନିଟରେ ୭୫ ପ୍ରକାରର ଚାଉଳରୁ ୭୫ ଟି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିଦେଇଥିଲେ । ସେ ଲାଇଭ୍ କୁକିଙ୍ଗ କ୍ଲାସ୍ ମଧ୍ୟ ନିଅନ୍ତି ଏବଂ ତାଙ୍କର ତଡ଼କା ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ । ବହୁତ କମ ସମୟରେ ସେ ଅନେକ ନୂତନ ରେସିପି ମଧ୍ୟ ପ୍ରସ୍ତୁତ କରିଦିଅନ୍ତି । ଏହି ହାଲୱା ପ୍ରସାଦ ତିଆରି କରିବା ପାଇଁ ବିଷ୍ଣୁ ମନୋହର ୯୦୦ କିଲୋଗ୍ରାମ ସୁଜି, ୧୦୦୦ କିଲୋଗ୍ରାମ ଚିନି, ୨୫୦୦ ଲିଟର କ୍ଷୀର, ୩୦୦ କିଲୋଗ୍ରାମ ଖୁଆ, ୧୦୦୦ କିଲୋଗ୍ରାମ ଘିଅ ଏବଂ ୨୫୦୦ ଲିଟର ପାଣି ବ୍ୟବହାର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.