Below header

ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର, ଲୋକେ ଭୟଭୀତ

ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର। ଆଜି ଦିନ ୧୧ଟା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଶବ୍ଦ ଏତେ ଜୋର ଥିଲା ଯେ ଭୟର ବାତାବରଣ ଖେଳି ଯାଇଥିଲା। ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା।

ବାଲେଶ୍ବର (କେନ୍ୟୁଜ): ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର। ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଆଜି ଦିନ ୧୧ଟା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଶବ୍ଦ ଏତେ ଜୋର ଥିଲା ଯେ ଭୟର ବାତାବରଣ ଖେଳି ଯାଇଥିଲା । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଘରୁ ବାହାରକୁ ଚାଲିଆସିଥିଲେ । ଶବ୍ଦର ଉତ୍ସ କେଉଁଠି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

ତେବେ ପ୍ରଚଣ୍ଡ ଶବ୍ଦ ଶୁଭିବା ବଳେ ବାଲେଶ୍ବର ଉପରେ ଏକ ଜେଟ୍ ଯାଇଥିବା ଦେଖିବାକୁ ମିଳିଥିଲା । ଜେଟ୍ ଗୁଡ଼ିକ ସାଉଣ୍ଡ ବ୍ୟାରିଅର ଅତିକ୍ରମ କଲା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥାଏ । ଏହି ଶବ୍ଦ ଜେଟ୍ ଶବ୍ଦ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ଏଭଳି ଶବ୍ଦ ଶୁଭାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.