ଅଯୋଧ୍ୟା: ଜାନୁୟାରୀ ୨୨ରେ ଲ୍ୟାଣ୍ଡ୍‌ କରିବ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ, ଆସିବେ ୮୦୦୦ VVIP ଅତିଥି

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ ଅଯୋଧ୍ୟା ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିବ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଆଶା ରଖିଛନ୍ତି । ଅଯୋଧ୍ୟାରୁ ଅହମ୍ମଦାବାଦ ବିମାନର ଉଦ୍‌ଘାଟନ ପାଇଁ ଇଣ୍ଡିଗୋ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମାରୋହରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ । ଜାନୁୟାରୀ ୨୨ରେ କମର୍ସିଆଲ ବିମାନ ବ୍ୟତୀତ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ ଯୋଗେ ୮୦୦୦ରୁ ଅଧିକ ଅତିଥି ଅଯୋଧ୍ୟା ଆସିବେ ।

ଦେଶ, ବିଦେଶରୁ ୪୦ରୁ ଅଧିକ ଭିଭିଆଇପି ଅତିଥି ନିଜ ବିମାନ ଯୋଗେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ଜାନୁୟାରୀ ୨୧ ଓ ୨୨ ଲାଗି ପ୍ରଶାସନ ଠାରୁ ଅନୁମତି ମାଗିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ୧ ଲକ୍ଷରୁ ଅଧିକ ଲୋକ ଅଯୋଧ୍ୟା ଆସିବାର ସମ୍ଭାବନା ରହିଛି ।

ବିମାନବନ୍ଦରର ପରିଯୋଜନା ନିର୍ଦ୍ଦେଶକ ରାଜୀବ କୁଳଶ୍ରେଷ୍ଠ କହିଛନ୍ତି, ଜାନୁୟାରୀ ୨୧ ଓ ୨୨ରେ ଅଯୋଧ୍ୟା ଏୟାରପୋର୍ଟରେ ଟ୍ରାଫିକ୍‌ ମୁଭ୍‌ମେଣ୍ଟ ବହୁତ ଅଧିକ ରହିବାର ସମ୍ଭାବନା ଅଛି । ତେଣୁ MVIAA ପ୍ରଶାସନ ଏହି ଦୁଇ ଦିନ ‘ଡ୍ରପ୍‌ ଆଣ୍ଡ୍‌ ମୁଭ୍‌’ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.