Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ

ନୂଆ ଶ୍ରୀକ୍ଷେତ୍ର ଦେଖୁଛି ସାରା ବିଶ୍ବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିବ ପୁରୀ ସହର । ମୁତୟନ ହେବେ ୪୪ ପ୍ଲାଟୁନ ପୋଲିସ ଫୋର୍ସ ।

ପୁରୀ (କେନ୍ୟୁଜ): ନୂଆ ଶ୍ରୀକ୍ଷେତ୍ର ଦେଖୁଛି ସାରା ବିଶ୍ବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିବ ପୁରୀ ସହର । ମୁତୟନ ହେବେ ୪୪ ପ୍ଲାଟୁନ ପୋଲିସ ଫୋର୍ସ ।

ଏଥିସହିତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହ ସିସିଟିଭି ଓ ସର୍ଭେଲାନ୍ସ ଟିମ୍ ,ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଂ ଟିମ୍ ଆଦି ନିୟୋଜିତ ହେବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ୯ ଟି ଗେଟ୍ ରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଦକ୍ଷ ଅଧିକାରୀ ପୋଲିସ ନିୟୋଜିତ ହେବେ । ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ।

ସେହିପରି ଆଜି ସଂଧ୍ୟାରୁ ଆରମ୍ଭ ହେବ ପୂଜାବିଧି । ସଂଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ବାରା ବ୍ରାହ୍ମଣ ବରଣ କରାଯିବ । ସଂଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦୀ ପ୍ରସ୍ତୁତି ଶେଷ ହୋଇଛି । ବେଦପାଠ ପାଇଁ ଚାରିଦ୍ବାରରେ ବେଦମଣ୍ଡପ ତିଆରି ହୋଇଛି । ୧୩ ତାରିଖରେ ଅଙ୍କୁର ପୂଜନ,୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ଵଜା ସ୍ଥାପନ ,ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ ହେବ । ୧୬ରେ ଯଜ୍ଞ ବିଧି ଜାରି ରହିବ । ୧୭ ତାରିଖ୧ଟା୧୫ ରୁ ୧ଟା୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ ।

ସେହିଦିନ ଅପରାହ୍ନ ୩ ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋ ବ୍ୟବସ୍ଥା ହୋଇଛି । ପରିକ୍ରମା ମାର୍ଗରେ ପ୍ରଦର୍ଶିତ ହେବ ଲୋକକଳା । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ନୂଆରୂପ ପାଇଛି ଶ୍ରୀକ୍ଷେତ୍ର। ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶର ମହମହ ବାସ୍ନା । ଝଟକୁଛି ଜଗନ୍ନାଥଙ୍କ ନଗରୀ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ । ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି । ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ଅଠରନଳାରୁ ଆରମ୍ଭ କରି ସବୁ ଅଞ୍ଚଳ ଉଜ୍ଜଳ ଆଲୋକମାଳାରେ ଝଲସି ଉଠୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.