ସ୍କୁଲର ବେଞ୍ଚ୍‌ ଜାଳି ମିଡ୍‌ ଡେ ମିଲ୍‌ ରାନ୍ଧିଲେ ପାଚିକା, ପ୍ରଧାନ ଶିକ୍ଷକ ଦେଲେ ନିର୍ଦ୍ଦେଶ

ସ୍କୁଲର ପାଚିକା ସ୍କୁଲର ବେଞ୍ଚ ଜାଳି ମିଡ ଡେ ମିଲ୍‌ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ଭାଇରାଲ ଭିଡିଓରେ ଚୁଲ୍ଲିରେ ବେଞ୍ଚର କାଠ ଜଳୁଥିବା ଦେଖିବାକୁ ମିଳିଥିଲା । ଚୁଲ୍ଲି ଉପରେ ଏକ ପାତ୍ର ରହିଥିବା ମଧ୍ୟ ଦେଖାଯାଇଛି । ଏ ଅବ୍ୟବସ୍ଥା ଦେଖିବା ପରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ବିହାର ସମେତ ଉତ୍ତର ଭାରତରେ ବର୍ତ୍ତମାନ ଶୀତର ଲହରୀ ବଢ଼ିଯାଇଛି । ଅଧିକ ଥଣ୍ଡାରୁ ବଞ୍ଚିବା ପାଇଁ ଲୋକମାନେ ନିଆଁ ଜଳାଇ ସେକ ନେଉଛନ୍ତି । ଏହାରି ମଧ୍ୟରେ ବିହାରରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ବି ତାଜୁବ ହେବେ । ଏହି ଘଟଣାଟି ଏକ ସ୍କୁଲର । ସ୍କୁଲର ପ୍ରଧାନ ଶିକ୍ଷକ ଶୀତରୁ ବଞ୍ଚିବା ପାଇଁ ଏମିତି କାମ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଧାନ ଶିକ୍ଷକଙ୍କୁ ଶୀତ ଲାଗିବାରୁ ସେ ସ୍କୁଲରେ ଥିବା ପିଲାଙ୍କ ବେଞ୍ଚ୍‌ ଓ ଡେସ୍କ ଜାଳିବାକୁ ପଛାଇଲେନି । ବେଞ୍ଚ୍‌ ଜାଳି ସେକ ନେବା ସହ ସ୍କୁଲର ମିଡ୍‌- ଡେ ମିଲ୍‌ ବି ପ୍ରସ୍ତୁତ କରିବା ପାଇଁ ପାଚିକାକୁ କହିଥିଲେ । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ସ୍କୁଲର ପାଚିକା ସ୍କୁଲର ବେଞ୍ଚ ଜାଳି ମିଡ ଡେ ମିଲ୍‌ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ଭାଇରାଲ ଭିଡିଓରେ ଚୁଲ୍ଲିରେ ବେଞ୍ଚର କାଠ ଜଳୁଥିବା ଦେଖିବାକୁ ମିଳିଥିଲା । ଚୁଲ୍ଲି ଉପରେ ଏକ ପାତ୍ର ରହିଥିବା ମଧ୍ୟ ଦେଖାଯାଇଛି । ଏ ଅବ୍ୟବସ୍ଥା ଦେଖିବା ପରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପାଟନାର ବିହଟା ବ୍ଲକ ଅନ୍ତର୍ଗତ କୋରହର ଗାଁରେ ଥିବା ଏକ ସ୍କୁଲରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ମିଡ ଡେ ମିଲ୍‌ ପ୍ରସ୍ତୁତ କରିବା ପାଇଁ ଜାଳେଣୀ ନଥିବାରୁ ପ୍ରଧାନ ଶିକ୍ଷକ ପିଲାମାନଙ୍କ ବେଞ୍ଚ ଜାଳିବାକୁ କହିଥିଲେ ।

ଅଭିଯୋଗ ହୋଇଛି ଯେ ଯେତେବେଳେ ଶିକ୍ଷକଙ୍କୁ ଥଣ୍ଡା ଲାଗିଥିଲା ସେ ପିଲାମାନଙ୍କ ବେଞ୍ଚ ଏବଂ ଡେସ୍କକୁ ଜଳାଇବା କଥା କହିଥିଲେ । ନିକଟରେ ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ତାଙ୍କ ବିଧାୟକ ପାଣ୍ଠିରୁ ବିଦ୍ୟାଳୟର ପିଲାମାନଙ୍କ ପାଇଁ ବେଞ୍ଚ ଏବଂ ଡେସ୍କ ଯୋଗାଇଥିଲେ । କିନ୍ତୁ ସ୍କୁଲରେ ଅଧିକ ଥଣ୍ଡା ଥିଲା ଏବଂ ସ୍କୁଲରେ ଇନ୍ଧନ ସାମଗ୍ରୀ ସରି ଯାଇଥିବାରୁୁ ସ୍କୁଲର ପ୍ରିନ୍ସପାଲ ତାଙ୍କ ଷ୍ଟାଫମାନଙ୍କୁ ନୂଆ ବେଞ୍ଚ ଭାଙ୍ଗି ଜାଳିବାକୁ କହିଥିଲେ ।

ଯେତେବେଳେ ବ୍ଲକ ଶିକ୍ଷା ଅଧିକାରୀ ନିଭେଶ କୁମାରଙ୍କୁ ସ୍କୁଲର ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ସେ ତୁରନ୍ତ ଯାଞ୍ଚ କରିଥିଲେ, ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ବିଇଓ ବେଞ୍ଚ ଏବଂ ଡେସ୍କ ଜାଳିବା ଘଟଣାକୁ ନେଇ ଉତ୍ତର ମାଗିଛନ୍ତି । ବିଦ୍ୟାଳୟକୁ ଡେସ୍କ ଦେଇଥିବା ବିଧାୟକ ଜଣଙ୍କ ଡିଏମ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଯଦି ଏପରି ସ୍କୁଲ ବେଞ୍ଚକୁ ଜାଳି ସେକ ନେବେ ତେବେ ପିଲାମାନେ ପାଠ ପଢ଼ିବେ କେମିତି । ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.