ବନ୍ଦେ ଭାରତରେ ପରସାଗଲା ଦୁର୍ଗନ୍ଧଯୁକ୍ତ ଖାଦ୍ୟ ! ଯାତ୍ରୀଙ୍କ ଅଭିଯୋଗ ପରେ ୨.୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା IRCTC
ପ୍ରିମିୟମ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ପରସା ଯାଇଛି ଦୁର୍ଗନ୍ଧଯୁକ୍ତ ବାସି ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ଟ୍ରେନ୍ର ଜଣେ ଯାତ୍ରୀ । ଏହାର ଭିଡିଓ ଭାଇରାଲ ହେବା ପରେ IRCTC ମଧ୍ୟ କ୍ରୋଧ ପ୍ରକାଶ କରି ସେବା ପ୍ରଦାନକାରୀଙ୍କ ଉପରେ ୨.୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

ଏହି ଭାଇରାଲ ଭିଡିଓରେ ଜଣେ ଯାତ୍ରୀ ଟ୍ରେନ୍ କର୍ମଚାରୀଙ୍କୁ ଖାଦ୍ୟ ଫେରାଇ ନେବାକୁ କହୁଛନ୍ତି । ଭେଣ୍ଡର ଷ୍ଟାଫ୍ ମଧ୍ୟ ପ୍ଲେଟ୍ ଫେରାଇ ନେଉଥିବାର ଦେଖାଯାଉଛନ୍ତି । କିଛି ଦିନ ତଳେ ‘ଏକ୍ସ’ ପ୍ଲାଟ୍ଫର୍ମରେ ଆକାଶ କେଶରୀ ନାମକ ୟୁଜର ଭିଡିଓଟିକୁ ପୋଷ୍ଟ୍ କରିିଥିଲେ ।
ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ‘ସାର୍, ମୁଁ ନୂଆଦିଲ୍ଲୀରୁ ବନାରସ୍ ପାଇଁ ଟ୍ରେନ୍ ନମ୍ବର-୨୨୪୧୬ରେ ଯାତ୍ରା କରୁଥିଲି । ଏହି ଟ୍ରେନ୍ରେ ଆମକୁ ଯେଉଁ ଖାଦ୍ୟ ପରସା ଯାଇଥିଲା, ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ଖାଦ୍ୟର କ୍ୱାଲିିଟି ମଧ୍ୟ ବହୁତ ଖରାପ ଥିଲା । ଦୟାକରି, ମୋର ସବୁ ପଇସା ଫେରାଇ ଦିଅନ୍ତୁ’ ।
ସେପଟେ ଯାତ୍ରୀଙ୍କ ଅଭିଯୋଗ ଉପରେ IRCTC ମଧ୍ୟ ପ୍ରତିକ୍ରିୟା ରଖିଛି। IRCTC ତରଫରୁ କୁହାଯାଇଛି ଯେ ‘ଆପଣଙ୍କର ଅସନ୍ତୋଷଜନକ ଅନୁଭବ ପାଇଁ ଆମେ ଦୁଃଖିତ । ମାମଲାକୁ ଗୁରୁତ୍ୱର ସହ ନିଆଯାଇଛି । ସେବା ପ୍ରଦାନକାରୀଙ୍କ ଉପରେ ଉଚିତ୍ ଜରିମାନା ଲଗାଯାଇଛି’ ।