ସେନ୍ସର ବୋର୍ଡ ପାସ୍ କରିଲା ଦୀପିକା ପାଦୁକୋନ-ପ୍ରଭାସଙ୍କ ଫିଲ୍ମ ‘କଲ୍କି 2898 AD’ର ଟିଜର, ଜାଣନ୍ତୁ କେବେ ହେବ ରିଲିଜ

ସାଉଥ ଷ୍ଟାର ପ୍ରଭାସ ଏବଂ ବଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'କଲ୍କି 2898 AD' ଏବେ ଖୁବ ଚର୍ଚ୍ଚାରେ ରହିଛି । ଏବେ ଦୀପିକା-ପ୍ରଭାସଙ୍କ ଫିଲ୍ମର ଟିଜର ବିଷୟରେ ଏକ ବଡ ସୂଚନା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସେନ୍ସର ବୋର୍ଡ ଏବେ ଏହାର ଟିଜର ପାସ୍ କରିଛି ।

ହିନ୍ଦୀ ସିନେମା ଦର୍ଶକମାନେ ମଧ୍ୟ ସାଉଥ ମେଗାଷ୍ଟାରକୁ ବହୁତ ପସନ୍ଦ କରନ୍ତି । ‘ସାଲାର’ ପରେ ପ୍ରଭାସ ଖୁବ ଶୀଘ୍ର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ନିଜ ଆଗାମୀ ଫିଲ୍ମ ‘କଲ୍କି 2898 AD’ରେ ନଜର ଆସିବେ । ଫ୍ୟାନ୍ସମାନେ ଏହି ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଏବେ ଏହି ଫିଲ୍ମ ବିଷୟରେ ପ୍ରତିଦିନ ନୂଆ ଅପଡେଟ୍ ଆସୁଛି । ଏହି ସମୟରେ ପ୍ରଭାସ-ଦୀପିକାଙ୍କ ଫିଲ୍ମର ଟିଜର ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଆଗାମୀ ଫିଲ୍ମ ‘କଲ୍କି 2898 AD’ର ଟିଜରକୁ ସେନ୍ସର ବୋର୍ଡ ଦ୍ୱାରା ପାସ୍ କରାଯାଇଛି । ସେନ୍ସର ବିବରଣୀରେ ଉଲ୍ଲେଖ କରାଯାଇଥିବା ଟିଜର ୧ ମିନିଟ୍ ୨୩ ସେକେଣ୍ଡର ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ୍ । ଏହି ବଡ ବଜେଟର ସାଇନ୍ସ-ଫିକ୍ସନ ଫିଲ୍ମ ଚଳିତ ମାସରେ ମୁକ୍ତିଲାଭ କରିବ । ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମ ଜୋରସୋରରେ ଚାଲିଛି । ତେବେ ନିର୍ମାତାମାନେ ଫିଲ୍ମର ରିଲିଜରେ କିଛି ପରିବର୍ତ୍ତନ କରିଥିଲେ, ଯାହା ପରେ ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସେନ୍ସର ବୋର୍ଡ ଦ୍ୱାରା ଟିଜର ପାସ ହେବା ପରେ ଏବେ ନିର୍ମାତାମାନେ ଏହାକୁ ରିଲିଜ କରିବାକୁ ଚିନ୍ତା କରୁଛନ୍ତି । ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଜାୟ ରଖିବା ପାଇଁ ନିର୍ମାତାମାନେ ମକର ସଂକ୍ରାନ୍ତି ଅର୍ଥାତ ଜାନୁଆରୀ ୧୫ ଅବସରରେ ‘କଲ୍କି 2898 AD’ର ଟିଜର ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ବାହାରିବା ପରେ ଫ୍ୟାନ୍ସଙ୍କ ଖୁସିର କୌଣସି ସୀମା ନାହିଁ । ତେବେ ଏହି ଖବର ଉପରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଦୀପିକା ପାଦୁକୋନ୍ ଏବଂ ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମ ମେକର୍ସ ଏହି ଫିଲ୍ମର ପ୍ରମୋସନରେ ବହୁତ ଆକ୍ଟିଭ ଥିବାର ଜଣାପଡିଛି । ଦୀପିକା ପାଦୁକୋନ-ପ୍ରଭାସଙ୍କ ‘କଲ୍କି 2898 AD’ ର ପ୍ରମୋସନ ଗତ ବର୍ଷ ଠାରୁ ହିଁ ଆରମ୍ଭ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.