Below header

ମାନସ ସାହୁଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପକୁ ନେଇ ୫ମିନିଟ ୩୦ ସେକେଣ୍ଡର କ୍ଷୁଦ୍ର ବାଲୁକା ଆନିମେସନ

ଜଗନ୍ନାଥ ଧାମ ପୁରୀର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଧାର କରି ବିସ୍ମୟକର କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ କୁମାର ସାହୁ।୫ମିନିଟ ୩୦ ସେକେଣ୍ଡର କ୍ଷୁଦ୍ର କାଲୁକା କଳା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର । ରଙ୍ଗୀନ ଆଲୋକ ସାଙ୍ଗକୁ ପାରମ୍ପରିକ ଚିତ୍ର କଳାରେ ଚମକୁଛି ଶ୍ରୀକ୍ଷେତ୍ରର ମୁଖ୍ୟ ପ୍ରବେଶ ପଥ ସହ ରାସ୍ତା ଘାଟ । ଭବ୍ୟ ଉତ୍ସବକୁ ଚିରସ୍ମରଣୀୟ କରିବା ଲାଗି ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଦେଖିବାକୁ ମିଳୁଛି ।

ଏପଟେ ଏହି ପରିପକ୍ଷୀରେ ଜଗନ୍ନାଥ ଧାମ ପୁରୀର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଧାର କରି ବିସ୍ମୟକର କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ କୁମାର ସାହୁ ।୫ମିନିଟ ୩୦ ସେକେଣ୍ଡର କ୍ଷୁଦ୍ର କାଲୁକା କଳା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ।

ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଜନସମାଗମ ଅର୍ଥାତ ପୁରୀରେ କିପରି ପ୍ରବଳ ଭିଡ଼ ହୋଇ ଜନସାମଜ ହଇରାଣ ହେଉଥିଲେ, ବଡ଼ ଦାଣ୍ଡରେ ପ୍ରବଳ ଭିଡ଼ ସହିତ ଗାଡି ମାନ ରାସ୍ତାକୁ ଆହୁରି ସଂକୀର୍ଣ୍ଣ କରିଦେଉଥିଲା, ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ପ୍ରବଳ ଖରା ତରାରେ ଛିଡ଼ା ହୋଇ ରହୁଥିଲେ ଏହି ସବୁର ଦୃଶ୍ୟ ଏବଂ ଜନସାଧାରଣ ମାନେ କିଭଳି ହଟହଟା ହେଉଥିଲେ ସବୁର ଦୃଶ୍ୟକୁ ନିଜେ ମୁଖ୍ୟମନ୍ତ୍ରୀ ହୃଦୟର ସହ ହୃଦୟଙ୍ଗମ କରି ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ର ନିଷ୍ପତି ନେଇଥିଲେ । ସେସବୁକୁ ସେ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଦେଖାଇଛନ୍ତି । ଏହି କ୍ଷୁଦ୍ର କାଲୁକା ଆନିମେସନ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୧୫ ଘଣ୍ଟା ସମୟ ଲାଗିଥିଲା ।

ତେବେ ଏହାପରେ ଶ୍ରୀ ଦାଣ୍ଡ, ଶ୍ରୀ ସେତୁ, ଏସି ଟର୍ମୀନାଲ, ଶୌଚାଳୟ, ବିଶାଳ ପାର୍କିଂ ବ୍ୟବସ୍ଥା, ମନ୍ଦିର ଚତୁର୍ପାଶ୍ୱ ର ସୌନ୍ଦର୍ଯ୍ୟ କରଣର ପରିକଳ୍ପନା କରାଯାଇଥିଲା । ତାପରେ ନିର୍ମାଣ ହେଲା ପୁରୀର ଅଦ୍ଭୁତ ପୂର୍ବ ପରିବର୍ତନର ଯାତ୍ରା । ଏହି ସମ୍ପୂର୍ଣ ପ୍ରକ୍ରିୟାକୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଚିତ୍ରଣ କରିଛନ୍ତି ।

ଏପଟେ ଆଜି ଠାରୁ ଭବ୍ୟ ଲୋକାର୍ପଣ ଉତ୍ସବ ଲାଗି ଅଙ୍କୁରାରୋପଣ ସହ ଜଗପତିଙ୍କ ଦ୍ୱାରା ଗୁଆଟେକା ନୀତି ଅନୁଷ୍ଠିତ ହେବାସହ ଭବ୍ୟ ଯଜ୍ଞ ଲାଗି ସୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜନୀତି ଅନୁଷ୍ଠିତ ହେବ । ଯାହାକୁ ନେଇ ଭକ୍ତଙ୍କ ଭିତରେ ପ୍ରବଳ ଉତ୍ସାହ । ତେବେ ଏସବୁ ଭିତରେ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ କୁମାର ସାହୁ ପ୍ରସ୍ତୁତ କରିଥିବା ଏହି ବାଲୁକା ଆନିମେସନ ସମସ୍ତଙ୍କ ମନ ଛୁଇଁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.