ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଖାରଜ କଲେ ହାଇକୋର୍ଟ

ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ ।

କଟକ (କେନ୍ୟୁଜ): ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ । ପରିବାର ଅଦାଲତ ରାୟ ବିରୋଧରେ ଅପିଲ୍ କରିଥିଲେ ଅନୁଭବ ମହାନ୍ତି ।

ସୂଚନା ଯୋଗ୍ୟ ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ । ପତ୍ନୀ ବର୍ଷା ମଧ୍ୟ ଏକତ୍ର ରହିବା ପାଇଁ ଏକ ପିଟିସନ କରିଥିଲେ । ସେହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ପରିବାର ଅଦାଲତ । ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ହାଇକୋର୍ଟରେ ଅନୁଭବ ମହାନ୍ତି ଏହି ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.