ଜାଣନ୍ତୁ ମିମିକ୍ରି କ’ଣ ? ଏହି ଶବ୍ଦ କେବେ ଏବଂ କିଏ ଆରମ୍ଭ କରିଥିଲେ

ବର୍ତ୍ତମାନ ସମୟରେ ମିମିକ୍ରିକୁ ନେଇ ଦେଶରେ ଏପରି ମାମଲା ଚାଲିଛି । ତେବେ ଏହି କାର୍ଯ୍ୟ ହାସ୍ୟ କଳାକାରମାନେ ହିଁ ଭଲ ଭାବେ କରିପାରିନ୍ତି ଏବଂ ସେମାନଙ୍କ ଉପରେ ହିଁ ଭଲ ଲାଗେ । ବର୍ତ୍ତମାନ ଆସନ୍ତୁ ଆମେ ଆପଣଙ୍କୁ ମିମିକ୍ରି ଇତିହାସ ବିଷୟରେ କହିବୁ । ମିମିକ୍ରି କ’ଣ ? ଏହା କେବେ ଆରମ୍ଭ ହେଲା ? ଏହି ଶବ୍ଦ କେବେ ବ୍ୟବହାର ହେଲା ?

ନିକଟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିବା ଯୋଗୁଁ ଭାରତରେ ଅନେକ ଆଲୋଡ଼ନ ଦେଖାଦେଇଛି । ରାଜ୍ୟସଭାରୁ ନିଲମ୍ବିତ ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ଭାଷଣ ଦେଉଥିବା ଷ୍ଟାଇଲ୍‌କୁ ନକଲ କରିଥିଲେ । ସେହି କାରଣରୁ ଉପରାଷ୍ଟ୍ରପତି ବହୁତ ବିବ୍ରତ ହୋଇଯାଇଥିଲେ । ଏପରି କରିବା ଯୋଗୁ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଅନେକ ଲୋକ ବାହାରକୁ ବାହାରିଥିଲେ । ବର୍ତ୍ତମାନ ସମୟରେ ମିମିକ୍ରିକୁ ନେଇ ଦେଶରେ ଏପରି ମାମଲା ଚାଲିଛି । ତେବେ ଏହି କାର୍ଯ୍ୟ ହାସ୍ୟ କଳାକାରମାନେ ହିଁ ଭଲ ଭାବେ କରିପାରିନ୍ତି ଏବଂ ସେମାନଙ୍କ ଉପରେ ହିଁ ଭଲ ଲାଗେ । ବର୍ତ୍ତମାନ ଆସନ୍ତୁ ଆମେ ଆପଣଙ୍କୁ ମିମିକ୍ରି ଇତିହାସ ବିଷୟରେ କହିବୁ । ମିମିକ୍ରି କ’ଣ ? ଏହା କେବେ ଆରମ୍ଭ ହେଲା ? ଏହି ଶବ୍ଦ କେବେ ବ୍ୟବହାର ହେଲା ?

ପ୍ରଥମେ ଏହି ଶବ୍ଦ ୧୬୬୭ରେ ସାମ୍ନାକୁ ଆସିଥିଲା :
ମିମିକ୍ରି ହେଉଛି ଏକ ଗ୍ରୀକ୍ ଶବ୍ଦ । ଯାହା ପ୍ରଥମେ ୧୬୬୭ ରେ ବ୍ୟବହାତ ହୋଇଥିଲା । ଯାହାର ଅର୍ଥ କପି କରିବା । ମିମିକ୍ରିର ଅର୍ଥ ହେଉଛି କାହାକୁ ନକଲ କରିବା କିନ୍ତୁ ଏବେ ହାସ୍ୟର ଏକ ଏଲିମେଣ୍ଟ ମଧ୍ୟ ସେହି ଶବ୍ଦରେ ଯୋଡି ହୋଇଛି । ମିମିକ୍ରି ହେଉଛି ଏକ ଏପରି ଜିନିଷ ଯାହାଦ୍ୱାରା ଜଣେ ବ୍ୟାକ୍ତି ଅନ୍ୟ ଜଣେ ବ୍ୟାକ୍ତିର ସମସ୍ତ କାର୍ଯ୍ୟକୁ କପି କରିବା ସହ ସମସ୍ତ ଲୋକଙ୍କ ସାମ୍ନାକୁ ଆଣିଥାଏ । ଏହା ସହ ସବୁ ଲୋକଙ୍କୁ ହସେଇ ପାରିବେ । ଯାହାଦ୍ୱାରା ଅନେକ ଲୋକ ଖୁସି ହୋଇପାରିବେ ।

ଭାରତରେ ମିମିକ୍ରିର ଇତିହାସ :
ଭାରତରେ କେବେ ମିମିକ୍ରି ଆରମ୍ଭ ହେଲା ତାହାର କୌଣସି ପ୍ରମାଣ ନାହିଁ । କିନ୍ତୁ ୧୯୭୦ ରୁ ୮୦ ଦଶକରେ ଯେତେବେଳେ ସଙ୍ଗୀତ ଶିଖରରେ ଥିଲା । ସେତେବେଳେ ଭାରତରେ ପ୍ରତିଦିନ ଗାୟକମାନଙ୍କ ନାମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା । ଯେତେବେଳେ ଗାୟକମାନେ ଏକ ବିରତି ନେଉଥିଲେ, ସେତେବେଳେ ମିମିକ୍ରି କରୁଥିବା କଳାକାରମାନେ ସେହି ସମୟରେ ଅନ୍ୟ କଳାକାରମାନଙ୍କୁ ମିମିକ୍ରି କରି ହସାଉଥିଲେ । ସେବେଠାରୁ ଭାରତରେ ମିମିକ୍ରିର କଳା ବହୁତ ବଦଳି ଯାଇଛି । ପୂର୍ବରୁ ଏହାର ଉଦ୍ଦେଶ୍ୟ କେବଳ ହସିବା ଥିଲା । କିନ୍ତୁ ବର୍ତ୍ତମାନ ଏହା ଅନ୍ୟମାନଙ୍କୁ ରୋଷ୍ଟ କରିବା ସହ ସେମାନଙ୍କୁ ଅପମାନିତ କରିବା ମଧ୍ୟ ଏକ ମାଧ୍ୟମ ହୋଇଯାଇଛି ।

ନାରଦା ମୁନିଙ୍କ ସହିତ ଏହାର ସଂଯୋଗ ରହିଛି :
ଯେତେବେଳେ ପ୍ରସିଦ୍ଧ କମେଡି ଏବଂ ମିମିକ୍ରି କଳାକାର ସୁନୀଲ ପାଲଙ୍କୁ ମିମିକ୍ରି ସମ୍ବନ୍ଧୀୟ ପ୍ରଶ୍ନ ପଚରାଗଲା । ଏହାକୁ ନେଇ ସେ ଉତ୍ତର ଦେଇ ମିମିକ୍ରି ଇତିହାସ ବିଷୟରେ କହିଥିଲେ । ତାଙ୍କ କହିବାନୁସାରେ, ଭାରତରେ ବହୁ ପୂର୍ବରୁ ମିମିକ୍ରି ବିଦ୍ୟମାନ ଥିଲା । ଯେତେବେଳେ ନାରଦ ମୁନି ସେଠାରେ ଥିଲେ, ସେ ମଧ୍ୟ ମିମିକ୍ରି କରୁଥିଲେ । ଏହା ସହିତ ସେ କହିଥିଲେ ଯେ ଆକବରଙ୍କ ସମୟରେ ମଧ୍ୟ ଆକବର ଏବଂ ବିରବଲ କଥାବାର୍ତ୍ତା କରୁଥିବା ସମୟରେ ମିମିକ୍ରି କରାଯାଉଥିଲା । ସେହି ସମୟରେ ବିରବଲ ଆକବରଙ୍କ ସାମ୍ନାରେ ଅନ୍ୟ ରାଜାମାନଙ୍କର ମିମିକ୍ରି କରାଯାଉଥିଲା । ତେବେ ଏପରି ଭାବେ ରହିଛି ଭାରତରେ ମିମିକ୍ରିର ଇତିହାସ ଏବଂ ଏହା ସହ ଏମିତି ଭାବେ ମିମିକ୍ରି ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.