ସାମ୍ନାକୁ ଆସିଲା ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଟ୍ରେଲର, ଏଥିରେ ରହିଛି ସସପେନ୍ସ-ଥ୍ରୀଲର ସହ ରୋମାନ୍ସ

କ୍ୟାଟ୍ରିନା କୈଫ ଓ ସାଉଥ ସୁପରଷ୍ଟାର ବିଜୟ ସେଥୁପତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ଖୁବ ଶୀଘ୍ର ଥିଏଟରକୁ ଆସିବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ କ୍ୟାଟ୍ରିନା ଏବଂ ବିଜୟଙ୍କ ଜବରଦସ୍ତ ରୋମାଣ୍ଟିକ କେମେଷ୍ଟ୍ରି ସହ ସସପେନ୍ସ ଦେଖିବାକୁ ମିଳିଛି ।

କ୍ୟାଟ୍ରିନା କୈଫ ଓ ସାଉଥ ସୁପରଷ୍ଟାର ବିଜୟ ସେଥୁପତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଖୁବ ଶୀଘ୍ର ସିନେମା ହଲକୁ ଆସିବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ କ୍ୟାଟ୍ରିନା ଓ ବିଜୟଙ୍କ ଜବରଦସ୍ତ ରୋମାଣ୍ଟିକ କେମେଷ୍ଟ୍ରି ସହ ସସପେନ୍ସ ଦେଖିବାକୁ ମିଳିଛି । କ୍ୟାଟ୍ରିନା କୈଫ ଓ ବିଜୟ ସେଥୁପତିଙ୍କ ଅଭିନୀତ ଏହି ଫିଲ୍ମ ଜାନୁଆରୀ ୧୨, ୨୦୨୪ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଏହି ସମୟରେ, ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ନିର୍ମାତାମାନେ ଗତକାଲି ଏହାର ଧମାକାଦାର ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲର ବିଜୟ ଓ କ୍ୟାଟ୍ରିନାଙ୍କଠାରୁ ଆରମ୍ଭ ହୋଇଛି ।

 

View this post on Instagram

 

A post shared by Tips Films (@tipsfilmsofficial)

ଟ୍ରେଲରରେ ଦୁହେଁ ଖ୍ରୀଷ୍ଟମାସ ଦିନ ଦେଖା ହୋଇଛନ୍ତି ଏବଂ ତା’ପରେ ସେମାନେ ଏକାଠି ଖ୍ରୀଷ୍ଟମାସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସସପେନ୍ସ ସହିତ ଉଭୟଙ୍କ ମଧ୍ୟରେ ଥିବା ରୋମାଣ୍ଟିକ୍ କେମେଷ୍ଟ୍ରି ମଧ୍ୟ ଫିଲ୍ମରେ ବହୁତ ଭଲ ଭାବରେ ପ୍ରଦର୍ଶିତ ହୋଇଛି । ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି । ଶ୍ରୀରାମ ରାଘବନଙ୍କ ଏହି ଫିଲ୍ମ ଏକ କ୍ରାଇମ ଥ୍ରୀଲର ଫିଲ୍ମ । ଯେଉଁଥିପାଇଁ କ୍ୟାଟ୍ରିନା ଓ ବିଜୟଙ୍କ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ଉଭୟଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କ୍ୟାଟ୍ରିନା କୈଫ ସଲମାନ ଖାନଙ୍କ ସହ ଫିଲ୍ମ ‘ଟାଇଗର ୩’ ରେ ନଜର ଆସିଥିଲେ । ତେବେ ‘ଟାଇଗର ୩’ ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । କିନ୍ତୁ ଫିଲ୍ମରେ କ୍ୟାଟ୍ରିନାଙ୍କ କାର୍ଯ୍ୟକୁ ଖୁବ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.