IOS 17.2 : iPhone 15 ଆକ୍ସନ ବଟନରେ କରିପାରିବେ ଭାଷା ଟ୍ରାନ୍ସଲେସନ୍‌

ଆକ୍ସନ ବଟନରେ ଏକ ନୂଆ ଫଙ୍କସନ ଆସିଛି । ଯାହା ଦ୍ୱାରା ଆପଣ ନିଜ ଭାଷାକୁ ଟ୍ରାନ୍ସଲେଟ କରି ପାରିବେ । ଆପଣ ଅନ୍ୟ ଭାଷା କହୁଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଥିଲେ ଏହି ଫିଚର ଆପଣଙ୍କୁ ସାହାଯ୍ୟ କରିବ ।

ଆପଲର iPhone 15 Pro ଏବଂ iPhone 15 Pro Max ଏକ ଆକ୍ସନ୍ ବଟନ୍ ସହିତ ଆସୁଛି । ଏହି ବଟନ୍ କଷ୍ଟମାଇଜେବଲ୍ ଏବଂ କ୍ୟାମେରା ଆପ୍ ଖୋଲିବା ଭଳି ବିଭିନ୍ନ କାର୍ଯ୍ୟ କରିଥାଏ । କିନ୍ତୁ ନୂଆ IOS 17.2 ସଫ୍ଟୱେର୍ ଅପଡେଟରେ ଆପଲ ବିଭିନ୍ନ ଫିଚରକୁ ଆଣିଛି । ତେବେ ଏହି ଆକ୍ସନ ବଟନରେ ଏକ ନୂଆ ଫଙ୍କସନ ଆସିଛି । ଯାହା ଦ୍ୱାରା ଆପଣ ନିଜ ଭାଷାକୁ ଟ୍ରାନ୍ସଲେଟ କରି ପାରିବେ । ଆପଣ ଅନ୍ୟ ଭାଷା କହୁଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଥିଲେ ଏହି ଫିଚର ଆପଣଙ୍କୁ ସାହାଯ୍ୟ କରିବ । ଏହି ଫିଚର ଛାତ୍ରଛାତ୍ରୀ, ଯାତ୍ରୀ ଏବଂ ନୂଆ ଭାଷା ଶିଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବ ।

ଆଇଫୋନର ଆକ୍ସନ୍ ବଟନରେ ଟ୍ରାନ୍ସଲେସନ୍‌ ଫଙ୍କସନ୍ ବ୍ୟବହାର କରିବା ପୂର୍ବରୁ, ଆପଣ ଟ୍ରାନ୍ସଲେଟ୍‌ କରିବାକୁ ଚାହୁଁଥିବା ଭାଷାକୁ ବାଛିବେ । ଆଇଫୋନର ଇନ୍-ବିଲ୍ଟ ଟ୍ରାନ୍ସଲେଟ୍ ଆପ୍ ଖୋଲିବା ପରେ ଇନପୁଟ୍ ଏବଂ ଆଉଟପୁଟ୍ ଭାଷା ସେଟ୍ କରିବେ । ଏହି ଷ୍ଟେପ୍‌ ପରେ ଆପଣ ଆକ୍ସନ୍ ବଟନ ବ୍ୟବହାର କରି ପାରିବେ । ଆକ୍ସନ୍ ବଟନରେ ଟ୍ରାନ୍ସଲେସନ୍‌ ଫଙ୍କସନ୍ ବାଛିବା ପରେ ଆପଣ ବଟନ୍ ଉପରେ କ୍ଲିକ୍‌ କରି ଏହାକୁ ବ୍ୟବହାର କରିପାରିବେ । ଆପଣ ଭାଷା ସେଟ୍ କରିବା ପରେ କହିବା ଆରମ୍ଭ କରିପାରିବେ ।

ଟ୍ରାନ୍ସଲେଟ ସହିତ ସାଇଲେଣ୍ଟ ମୋଡ୍ ଅନ୍ / ଅଫ୍, ଫୋକସ୍ ମୋଡ୍ ଅନ୍ / ଅଫ୍, କ୍ୟାମେରା ଆପ୍ ଖୋଲିବା, ଫ୍ଲାସ୍ ଲାଇଟ୍ ଅନ୍ / ଅଫ୍ କରିବା, ଭଏସ୍ ମେମୋ ରେକର୍ଡିଂ ଅନ୍‌/ ଅଫ୍‌ କରିବା, ମ୍ୟାଗ୍ନିଫାୟର୍ ଆପ୍ ଖୋଲିବା ପାଇଁ ଆକ୍ସନ୍ ବଟନ୍ ବ୍ୟବହାର କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.