ଷ୍ଟିଲସିଟିରେ ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍

ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି ।

ରାଉରକେଲା (କେନ୍ୟୁଜ): ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ ସହ ଜଣେ ଟେକ୍ନିସିଆନ ମଧ୍ୟ ଆସି ପହଞ୍ଚିଛନ୍ତି । ମୋଟ୍ ୫ଜଣ ଡ଼ାକ୍ତରଙ୍କ ସହ ଜଣେ ଟେକ୍ନିସିଆନ ରାଉରକେଲାରେ ପହଞ୍ଚିଛନ୍ତି । ରାଉରକେଲାରେ ହଇଜା ସଂକ୍ରମଣ ସ୍ଥିତିର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମୀକ୍ଷା ପରେ ଦୁଇ ତିନି ଦିନରେ ହଇଜା ନିୟନ୍ତ୍ରଣ ହେବ ବୋଲି କହିଛନ୍ତି । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ। ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି।

ଘରକୁ ଘର ବୁଲି ମେଡିସିନ୍ ଦେଉଛନ୍ତି ସ୍ବାସ୍ଥ୍ୟ ବିଭାଗ ଟିମ୍। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଛି । ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । RGHରେ ୬ଜଣଙ୍କ ମୃତ୍ୟୁ ନେଇ ସରକାରଙ୍କ ପାଖରେ ରିପୋର୍ଟ ଅଛି । ଘରୋଇ ହସ୍ପିଟାଲରେ ଆଉ କିଛି ଲୋକଙ୍କ ମୃତ୍ୟୁ ତଥ୍ୟ ଆସିଛି। ହସ୍ପିଟାଲରେ ଆଉ ରୋଗୀଙ୍କ ସଂଖ୍ୟା ବଢୁନାହିଁ । ଏବେ ଗୁରୁତର ରୋଗୀଙ୍କ ସଂଖ୍ୟା ରହିଛି ଦୁଇ । ଅଧିକ ଲୋକ ଆତଙ୍କିତ ହୋଇ ଆଡମିଶନ ହେଉଛନ୍ତି । ପୂର୍ବରୁ ସୁନ୍ଦରଗଡ଼ ମେଡିକାଲ କଲେଜରୁ ଡାକ୍ତର ନିୟୋଜିତ ଥିବାବେଳେ ଏବେ ଏସସିବି ମେଡିକାଲରୁ ୩ଜଣ ଫାକଲଟି ନିୟୋଜିତ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.