୩ୟ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ କଲା ହଷ୍ଟେଲ ରୋଷେୟା, ଗ୍ରାମବାସୀ ପହଂଚିବାରୁ ଫେରାର

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ୩ୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡିମାରିଥିବା ଅଭିଯୋଗ ହୋଇଛି ।

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ୩ୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡିମାରିଥିବା ଅଭିଯୋଗ ହୋଇଛି । ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ।

ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ହଷ୍ଟେଲ ରହିଛି ।  ସେଠି 14 ଜଣ ଆଦିବାସୀ ବାଳିକା ଓ 26 ଜଣ ବାଳକ ରହି ପାଠ ପଢ଼ନ୍ତି । ଗତକାଲି ରାତି ହଷ୍ଟେଲର ରୋଷେୟା ଭେଜଡ଼ିହି ଗ୍ରାମର ଭଗବାନ ବେହେରା ସନ୍ଧ୍ୟାବେଳେ ହଷ୍ଟେଲକୁ ଆସିଥିଲା ।

ଅନ୍ତେବାସୀଙ୍କ ପାଇଁ ରୋଷେଇ ମଧ୍ୟ କରିନଥିଲେ । ଭଗବାନ ଜଣେ 3ୟ ଶ୍ରେଣୀ ଛାତ୍ରୀକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅସଦାଚରଣକୁ ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାକୁ ମାଡ଼ମାରୀ ଗେଟ ବାହାରକୁ ବାହାର କରିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ନାବାଳିକା ଛାତ୍ରୀଙ୍କୁ ଭଗବାନ କବଳରୁ ଉଦ୍ଧାର କରିଥିଲେ ।

ଛାତ୍ରୀ ଜଣକ ଉଦ୍ଧାର ପାଇ ହଷ୍ଟେଲ ଗାଧୁଆ ଘରେ ଲୁଚିଥିଲେ । ତେବେ ହଷ୍ଟେଲରେ ପାଟି ତୁଣ୍ଡ ଶୁଣି କିଛି ଗ୍ରାମବାସୀ ପହଂଚିବାରୁ ରୋଷେୟା ସେଠାରୁ ଫେରାର ହୋଇଯାଇଥିଲା । ରୋଷେୟା ହାତରେ ହଷ୍ଟେଲ ଦାୟିତ୍ୱ ରହିଥାଏ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ବାଂଶପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୃପ୍ତିମୟୀ ପାତ୍ର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.