ଅଲୁ ଅର୍ଜୁନଙ୍କ ଝିଅ ଆରହା ପାଳନ କଲେ ଦୀପାବଳି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସାଉଥ୍‌ ଅଭିନେତା ଅଲୁ ଅର୍ଜୁନ ମଧ୍ୟ ତାଙ୍କ ପରିବାର ସହିତ ଏହି ପର୍ବକୁ ପଳନ କରିଥିଲେ । ସେ ତାଙ୍କ ଝିଅ ଆରହାଙ୍କ ସହ ଫାୟାରକ୍ରାକ୍ ମଧ୍ୟ ବିସ୍ଫୋରଣ କରିଥିଲେ, ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଦୀପାବଳି ସାରା ବିଶ୍ୱରେ ବହୁତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଦୀପାବଳିକୁ ଭଲ ଭାବେ ପାଳନ କରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେମାନେ ସେୟାର କରିଛନ୍ତି । ସେହିପରି ସାଉଥ୍‌ ଅଭିନେତା ଅଲୁ ଅର୍ଜୁନ ମଧ୍ୟ ତାଙ୍କ ପରିବାର ସହିତ ଏହି ପର୍ବକୁ ପାଳନ କରିଥିବାର ଦେଖାଯାଇଛି । ସେ ତାଙ୍କ ଝିଅ ଆରହାଙ୍କ ସହ ଫାୟାରକ୍ରାକ୍ ମଧ୍ୟ ଜଳାଇ ଥିବାର ନଜର ଆସିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଭାଇରାଲ ଭିଡିଓରେ ପୁଷ୍ପା ଅଭିନେତା ଅଲୁ ଅର୍ଜୁନ ତାଙ୍କ ଝିଅ ଆରହାଙ୍କ ସହ ଦୀପାବଳି ପାଳନ କରୁଥିବା ନଜର ଆସିଛନ୍ତି । ସେ ନିଜ ଝିଅର ସୁରକ୍ଷା ପ୍ରତି ଦୃଷ୍ଟି ଦେଉଥିବାର ଦେଖାଯାଇଛି । ଏହା ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ବହୁତ ଖୁସି ହୋଇଛନ୍ତି । ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ସେ ବିଭିନ୍ନ ପ୍ରକାରର ବାଣ ଫୁଟାଇଥିଲେ ଯେପରି ‘ଫୁଲଝଡି’ । ଅଲୁ ଅର୍ଜୁନ ତାଙ୍କ ଝିଅକୁ କୋଳରେ ବସାଇ ଆକାଶରେ ଆତସବାଜି ଉପଭୋଗ କରୁଥିବାର ଦେଖାଯାଇଛି ।

ତାଙ୍କ ଲୁକ୍‌ ବିଷୟରେ କହିବାକୁ ଗଲେ, ସେ ଧଳା କୁର୍ତ୍ତା ସହିତ କଳା ସାଲୱାର ପିନ୍ଧିଥିବାର ନଜର ଆସିଥିଲେ । ସେ କଳା ଚଷମା ମଧ୍ୟ ପିନ୍ଧିଥିଲେ ଯେଉଁଥିରେ ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କର ପ୍ରିୟ ଆରହା ଏକ ପାରମ୍ପାରିକ ପୋଷାକ ପିନ୍ଧିଥିବାର ଦେଖାଯାଇଛି । ସେ ଏକ ଲେହେଙ୍ଗା ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଭିଡିଓ ଦେଖି ପ୍ରଶଂସକମାନେ ଆରାହାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

 

 

View this post on Instagram

 

A post shared by Manav Manglani (@manav.manglani)

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଲୁ ଅର୍ଜୁନଙ୍କୁ ପୁଷ୍ପା ଚଳଚ୍ଚିତ୍ରର ଅଭିନୟ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏବେ ଅଭିନେତା ତାଙ୍କ ପୁଷ୍ପା ୨ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ପ୍ରଶଂସକମାନେ ଉତ୍ସାହର ସହିତ ପୁଷ୍ପା ୨ କୁ ଅପେକ୍ଷା କରିଛନ୍ତି । ଏହାର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଏହି ଫିଲ୍ମ ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.