Below header

ସଂସଦରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ

କେନ୍ୟୁଜ୍(ବ୍ୟୁରୋ):ସଂସଦରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ । ରାଜ୍ୟସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଲେ ସାଂସଦ ଡ. ସସ୍ମିତ ପାତ୍ର । ନିୟମିତ ଅନ୍ତରାଳରେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି ।

‘ପ୍ରତିବର୍ଷ ରାଜ୍ୟରେ ମରୁଡି, ବନ୍ୟା ଓ ବାତ୍ୟା ଦେଖାଯାଉଛି । ‘ରାଜ୍ୟର ୮୦% ଭୌଗୋଳିକ ଅଞ୍ଚଳ ଓ ୯୦ ପ୍ରତିଶତ ଲୋକ ପ୍ରଭାବିତ ହେଉଥିବା ଦର୍ଶାଇଥିଲେ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ନିୟମର ସଂଶୋଧନ କରିବାକୁ ଦାବି କରିଥିଲେ । ‘ନିୟମର ସଂଶୋଧନ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଯାଉ’ । ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ ଏହି ଦାବି ଉଠାଇ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.