Below header

ସାମ୍ନାକୁ ଆସିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ, ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି

ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ । ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି । ବରଂ ସୋହେଲା ଅଞ୍ଚଳର ଶେଖ୍‌ ହମିଦ୍‌ ମହମ୍ମଦ । ସଂପୃକ୍ତ ବ୍ୟକ୍ତି ଜଣକ ନିଜେ ସିସିଟିଭି ଫୁଟେଜରେ ଥିବା ଦାବି କରିବା ସହ ସେ ଗୁଡୁ ମୁସଲିମ ନୁହଁନ୍ତି ବୋଲି କହିଛନ୍ତି ।

ବରଗଡ଼ରେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗତ ଏପ୍ରିଲ ୧୧ର ଫୁଟେଜରେ ଗୁଡ୍ଡୁ ମୁସଲିମ ଦେଖାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଶେଖ୍‌ ହମିଦ ମହମ୍ମଦ କହିଛନ୍ତି ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ ।

ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି । ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଗୁଡ୍ଡୁ ମୁସଲିମ୍‌ । ପୂର୍ବରୁ ମଧ୍ୟ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.