ବ୍ଲଡ କ୍ୟାନ୍ସର ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସଂକେତ, ଅବହେଳା ନକରି ତୁରନ୍ତ ଜାଣନ୍ତୁ

ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ହୋଇଛି ବ୍ଲଡ କ୍ୟାନ୍ସର, ଯଦିଓ ଏହି ସବୁର କିଛି ଛୋଟ ଛୋଟ ଲକ୍ଷଣ ଦେଖାଯାଏ । ଯାହାକୁ ଆମେ ଅଣଦେଖା କରୁ ।

କ୍ୟାନ୍ସର ଅନେକ ପ୍ରକାରର ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲଡ କ୍ୟାନ୍ସର ବା ରକ୍ତ କର୍କଟ । ଯାହାକୁ ଡାକ୍ତରୀ ଭାଷାରେ ଲ୍ୟୁକେମିଆ କୁହାଯାଏ । ରକ୍ତ କର୍କଟ କଧ୍ୟ ଅନେକ ପ୍ରକାରର ଅଛି । ଅଧିକାଂଶ କ୍ଷେତ୍ରରେ ସମସ୍ତ ପ୍ରକାରର ରକ୍ତ କର୍କଟ ରୋଗ ଅସ୍ଥି ମଜ୍ଜାରେ ଆରମ୍ଭ ହୁଏ । ଏହି କୋମଳ ନରମ ଟିସୁ ହାଡ ଭିତରେ ମିଳିଥାଏ, ଯେଉଁଠାରେ ରକ୍ତ କଣିକା ତିଆରି ହୋଇଥାଏ ।

ବ୍ଲଡ କ୍ୟାନ୍ସରର ପ୍ରମୁଖ ପ୍ରକାରରେ ଲ୍ୟୁକେମିୟା, ଲିମ୍ଫୋମା, ମାଇଲୋଇଡସପ୍ଲାଷ୍ଟିକ ସିଣ୍ଡ୍ରୋମ୍‌ ଏବଂ ମଲ୍ଟିପଲ ମାୟଲୋମା ରହିଥାଏ । ଶରୀରରେ ଏହି ସମସ୍ତ ପ୍ରକାରର ଅଲଗା ଅଲଗା ପ୍ରଭାବ ପଡିଥାଏ । ଯଦିଓ ଏହି ସବୁର କିଛି ଛୋଟ ଛୋଟ ଲକ୍ଷଣ ଦେଖାଯାଏ । ଯାହାକୁ ଆମେ ଅଣଦେଖା କରୁ । ତେବେ ଆସନ୍ତୁ ଜାଣିବା ରକ୍ତ କର୍କଟର ସେହି ସବୁ ଲକ୍ଷଣ ବିଷୟରେ ଯିଏ ଚେତାଇଥାଏ ଯେ, ରକ୍ତ କର୍କଟ ହୋଇଛି ।

କାଶ କିମ୍ବା ଛାତି ଯନ୍ତ୍ରଣା

ଯଦି ଆପଣଙ୍କର ରକ୍ତ କର୍କଟ ହୋଇଛି, ତେବେ କାଶ କିମ୍ବା ଛାତିରେ ଯନ୍ତ୍ରଣା ହୋଇପାରେ । କଫରେ ଅସ୍ୱାଭାବିକ ରକ୍ତ କଣିକା ପଡିବା । ଯଦି ଏପରି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଯଦି ଆପଣ ବାରମ୍ବାର ଅସୁସ୍ଥ ହେଉଛନ୍ତି କିମ୍ବା ସହଜରେ ସଂକ୍ରମିତ ହେଉଛନ୍ତି ବା ଜ୍ୱର ଥଣ୍ଡା ଅନୁଭବ ତେବେ ସତର୍କ ରୁହନ୍ତୁ । ଶ୍ୱେତ ରକ୍ତ କଣିକାର ଅଭାବ ହେତୁ ଏହା ହୋଇପାରେ ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ କରାଇଥାଏ ।

ସହଜରେ କ୍ଷତ ଏବଂ ରକ୍ତସ୍ରାବ

ଯଦି ଆପଣଙ୍କ ଶରୀରରେ ଏକ ଅଜବ ଦାଗ ଦେଖାଯାଏ, କୁଣ୍ଡାଇ ହୁଏ, ସହଜରେ ଘା ଏବଂ ରକ୍ତସ୍ରାବ ହୁଏ ତେବେ ଏହା ହେଉଛି ରକ୍ତ କର୍କଟର ଲକ୍ଷଣ ।

ଭୋକ ନଷ୍ଟ

ଭୋକ କମିବା କିମ୍ବା ବାନ୍ତି ଲାଗିବା ମଧ୍ୟ ରକ୍ତ କର୍କଟ ରୋଗର ଲକ୍ଷଣ ।

ସବୁବେଳେ କ୍ଳାନ୍ତ ଅନୁଭବ

କ୍ରମାଗତ ଦୁର୍ବଳତା ଏବଂ ଥକ୍କାପଣ ରକ୍ତ କର୍କଟ ରୋଗର ଲକ୍ଷଣ । ଯଥେଷ୍ଟ ଲାଲ ରକ୍ତ କଣିକା ନ ଥିବାରୁ ଏହା ହୋଇପାରେ, ଯାହା ରକ୍ତହୀନତା ଏବଂ ନିମ୍ନଲିଖିତ ଲକ୍ଷଣକୁ ନେଇପାରେ ।

ରକ୍ତ କର୍କଟ ରୋଗର ଏହି ଲକ୍ଷଣକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ରାତିର ଅତ୍ୟଧିକ ଝାଳ ବୋହିବା, ନିଶ୍ୱାସ ପ୍ରଶ୍ୱାସ କଷ୍ଟ ଅନୁଭବ, ବେକରେ ଫୁଲିବା, ଅନାବଶ୍ୟକ ଓଜନ ହ୍ରାସ ଏବଂ ବ୍ରଶ କରିବା ସମୟରେ ରକ୍ତସ୍ରାବ ମଧ୍ୟ ରକ୍ତ କର୍କଟ ରୋଗର ଲକ୍ଷଣ ହୋଇପାରେ । ଯଦି ଏହା ଘଟେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.