ଡିଜେଲ ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ, ପ୍ରତିବନ୍ଧକ ଲଗାଇବାକୁ ସରକାରୀ ପ୍ୟାନେଲ ଦେଲା ସରକାରଙ୍କୁ ପରାମର୍ଶ

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି ପ୍ୟାନେଲ ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ଉପଯୋଗ କରିବାକୁ ପରାମର୍ଶ ଦେଇଛି । ଏହାସହ କିଭଳି ଗ୍ରୀନହାଉସ୍ ଗ୍ୟାସକୁ ବ୍ୟବହାର କରାଯାଇ ପାରିବ ତା ଉପରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି ।

ଭାରତରେ ୨୦୨୭ ମଧ୍ୟରେ ଚାଲୁଥିବା ସମସ୍ତ ଡିଜେଲ ଗାଡିଗୁଡକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି । ଏବଂ ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଫୋକସ କରିବା ଆବଶ୍ୟକ । ଏହାକୁ ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପ୍ୟାନେଲ ସହରର ଲୋକସଂଖ୍ୟା ଆଧାରରେ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଗୁଡିକରେ ଲୋକମାନେ ଡିଜେଲ ଗାଡି ବଦଳରେ ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ବ୍ୟବହାର କରନ୍ତୁ ବୋଲି କୁହାଯାଇଛି । କାରଣ ଏତେ ଜନସଂଖ୍ୟା ଥିବା ସହରରେ ପ୍ରଦୂଷଣର ମାତ୍ରା ଡିଜେଲ ଗାଡି ପାଇଁ ବୃଦ୍ଧି ହେଉଥିବା କଥା ପ୍ୟାନେଲ କହିଛି ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି ପ୍ୟାନେଲ ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ଉପଯୋଗ କରିବାକୁ ପରାମର୍ଶ ଦେଇଛି । ଏହାସହ କିଭଳି ଗ୍ରୀନହାଉସ୍ ଗ୍ୟାସକୁ ବ୍ୟବହାର କରାଯାଇ ପାରିବ ତା ଉପରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି ।

dieselଏହି ରିପୋର୍ଟରେ କୁହାଯାଇଛି କି, ଭାରତକୁ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ତୈଳ ଭଣ୍ଡାର ଉପରେ ନିର୍ଭର କରିବା ଉଚିତ ନୁହେଁ । ଏହା ବଦଳରେ ଗ୍ୟାସ ଓ ଇଲେକ୍ଟ୍ରିକ ଶକ୍ତିକୁ କିଭଳି ଅଧିକରୁ ଅଧିକ ବ୍ୟବହାର କରାଯାଇ ପାରିବ ତା ଉପରେ ଫୋକସ କରିବାର ଆବଶ୍ୟକତା ରହିଛି ।

ଏହି ରିପୋର୍ଟ ମାଧ୍ୟମରେ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କି, ୨୦୨୭ ମଧ୍ୟରେ ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ଅଧିକ ପ୍ରଦୂଷିତ ସହର ଗୁଡିକରେ ଡିଜେଲ ଗାଡି ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଉ । ଏହାବ୍ୟତୀତ ୨୦୩୦ ସୁଦ୍ଧା ଟ୍ରାନ୍ସପୋର୍ଟରେ କେବଳ ସେହି ବସ ଗୁଡିକୁ ସାମିଲ କରାଯିବ ଯାହା ଇଲେକଟ୍ରିକ ଦ୍ୱାରା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.