Below header

ଦୀର୍ଘ ୭ କିଲୋମିଟର ପାହାଡ଼ ଚଢି ସ୍ୱାସ୍ଥ୍ୟ ସେବା ଯୋଗାଇଲେ ଡାକ୍ତରୀ ଟିମ୍

ହାତରେ ବାଡି, ପାଣି ବୋତଲ । କାନ୍ଧରେ ବ୍ୟାଗ୍ । ଧାଡି ଧାଡି ହୋଇ ଚଢି ଚାଲିଛନ୍ତି ପାହାଡ ଉପରକୁ । କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ । ଏମାନଙ୍କୁ ପାହାଡ ଚଢିବାକୁ ନିହାତୀ କଷ୍ଟ ଲାଗୁଥିବ ସତ କିନ୍ତୁ ପାହାଡ ଚଢିବା ପଛର କାରଣ କିନ୍ତୁ ଖୁବ୍ ବଡ ।

ସୋରଡା(କେନ୍ୟୁଜ୍) : ହାତରେ ବାଡି, ପାଣି ବୋତଲ । କାନ୍ଧରେ ବ୍ୟାଗ୍ । ଧାଡି ଧାଡି ହୋଇ ଚଢି ଚାଲିଛନ୍ତି ପାହାଡ ଉପରକୁ । କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ । ଏମାନଙ୍କୁ ପାହାଡ ଚଢିବାକୁ ନିହାତୀ କଷ୍ଟ ଲାଗୁଥିବ ସତ କିନ୍ତୁ ପାହାଡ ଚଢିବା ପଛର କାରଣ କିନ୍ତୁ ଖୁବ୍ ବଡ ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅଧିକାଂଶ ଜନବସତି ପାହାଡ ପର୍ବତ ଉପରେ । ବହୁ ବର୍ଷ ଧରି ଏହି ସ୍ଥାନରେ ଲୋକମାନେ ବସବାସ କରି ଆସୁଛନ୍ତି । ଏହି ବ୍ଲକର ଗୌଡଗୋଠ ପଞ୍ଚାୟତର ବହୁତ ଗୁଡିଏ ଗ୍ରାମ ପାହାଡ ଉପରେ ଅବସ୍ଥିତ । ସାରାପାଢି ,ଦୁଦୁବୁରି ,ଗୁଞ୍ଜୁଳି ,ହେପ୍ରେମା ,କୁଟୁମା ,ତୁହାର ଭଳି ଗ୍ରାମଗୁଡିକରେ ଗମନା ଗମନର ସୁବିଧା ନଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ବହୁ ଦିନ ବ୍ୟବଧାନରୁ ସେଠିକାର ଲୋକମାନେ ଗୌଡଗୋଠ ପଞ୍ଚାୟତକୁ ଆସିଥାନ୍ତି । ରୋଗ ବୈରାଗ ହେଲେ ଚେର ମୂଳ ସାହା ଭରସା । ଅଧିକ ଗୁରୁତର ହେଲେ ବହୁ କଷ୍ଟରେ ବୋହି ଆଣିବାକୁ ପଡିଥାଏ ।

ଏହି ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗୌଡଗୋଠ ମେଡିକାଲର ଡାକ୍ତର ପ୍ରେମାନନ୍ଦ ତ୍ରିପାଠୀ , ନର୍ସ ,ଟେକିନିସିଆନ ଓ ବଡଗଡର RBSKY ଟିମ ଦୀର୍ଘ ସାତ କିଲୋମିଟର ଦୁର୍ଗମ ଅଞ୍ଚଳ ତଥା ଦୁଇ ତିନୋଟି ପାହାଡ ଚଢି ପାଦରେ ଚାଲି ଚାଲି ସାରାପାଢୀରେ ଗତକାଲି ପହଞ୍ଚିଥିଲେ। ଏହି ଟିମରେ କିଛି ମହିଳା କର୍ମୀ ବି ରହିଥିଲେ । ସେମାନଙ୍କ ମନବୃତି ଥିଲା ପାହାଡ ଉପରେ ଥିବା ଲୋକଙ୍କ ସେବା କରିବା ।

team

ବହୁ ବାଧା ବିଘ୍ନ ସହି ସକାଳ ଆଠଟାରୁ ବାହାରି ସେହି ଗ୍ରାମରେ ପହଞ୍ଚିଥିଲେ । ଏହି ଡାକ୍ତର ଟିମ କୁ ଦେଖି ଲୋକଙ୍କ ମନରେ ଉତ୍ସାହ ନକହିଲେ ସରେ । କାରଣ ସେମାନଙ୍କ ପାଖରେ କେବେ ମେଡିକାଲ ଟିମ୍ ପହଞ୍ଚି ପାରି ନ ଥିଲା । ଗ୍ରାମରେ ମେଡିକାଲ ଟିମ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଗର୍ଭବତୀ ମହିଳା ଛୋଟ ଶିଶୁ ମାନଙ୍କୁ ଚିକିତ୍ସା କରିବା ସହିତ ରକ୍ତ ,କଫ ଡାଇବେଟିସ ଳମେଲେରିଆ ପରୀକ୍ଷା କରିଥିଲେ ।

ସବୁ ଚିକିତ୍ସା ସାରିବା ପରେ ପୁଣି ସନ୍ଧ୍ୟାରେ ଗୌଡଗୋଠ ଫେରି ଆସିଥିଲେ । ରାସ୍ତାରେ ପଥର ,ଅଙ୍କା ବଙ୍କା ରାସ୍ତା ଓ ପାହାଡ ଚଢିବା ସେମାନଙ୍କ ପଖାରେ କଷ୍ଟ ଦାୟକ ଥିଲେ ମଧ୍ୟ ସେବା ମନବୃତି ସେମାନଙ୍କ ପାଇଁ ପରମ ଧର୍ମ ଥିଲା ।

ପାହାଡ ଚଢିବା ସମୟରେ କେବଳ ଖଣ୍ଡିଏ ବାଡି ସେମାନଙ୍କ ହାତରେ ଥିଲା । ବାକି ସେଠାରୁ ଯଦି ଟିକେ ପାଦ ଖସିକାନ୍ତା ତେବେ କଣ ହୋଇଥାନ୍ତି ତାହା ସେହି ଭଗବାନ ହିଁ ଜାଣିଥାନ୍ତେ । ଏପରି ସାହାସିକ ଓ ସେବା ମନବୃତି କାମ ପାଇ ଅଞ୍ଚଳ ବାସୀ ବହୁତ ପ୍ରଶଂସା କରୁଛନ୍ତି ଡାକ୍ତର ପ୍ରେମାନନ୍ଦ ଓ ତାଙ୍କ ଟିମକୁ । ଯଦି ଏପରି ସବୁ ମେଡିକାଲରେ ଏପରି ସୁବିଧା ଯୋଗାଇ ଦିଆଯାନ୍ତା ତାହାହେଲେ ରୋଗୀ ମାନଙ୍କୁ ହଟହଟା ହେବାକୁ ପଡନ୍ତା ନାହିଁ। ଏପଟେ ଲୋକଙ୍କ ଆଗ୍ରହ ଓ ସହାନୁଭୁତି ଦେଖି ପ୍ରତେକ ମାସରେ ଏପରି ସେବା ଯୋଗାଇବାକୁ କହିଛନ୍ତି ଡାକ୍ତର ପ୍ରେମାନନ୍ଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.