ନ୍ୟୁଜିଲାଣ୍ଡ, ପାକିସ୍ତାନ ନା ଆଫଗାନିସ୍ତାନ ! ବିଶ୍ୱକପରେ କାହା ସହ ସେମିଫାଇନାଲ ଖେଳିବ ଭାରତ ?

କ୍ରୀଡାପ୍ରେମୀଙ୍କ ମଧ୍ୟରେ ଏନେଇ ଜୋର ଧରିଛି ଚର୍ଚ୍ଚା । ତୃତୀୟ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ପରେ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦକ୍ଷିଣ ଆଫ୍ରିକା ସହ ସେ ସେମିଫାଇନାଲ ଖେଳିବ । ଆସନ୍ତା ୧୬ ତାରିଖରେ ଏହି ମୁକାବିଲା ହେବ ।

ନ୍ୟୁଜିଲାଣ୍ଡ, ପାକିସ୍ତାନ ନା ଆଫଗାନିସ୍ତାନ । କିଏ ହେବେ ବିଶ୍ବକପର ଚତୁର୍ଥ ସେମିଫାଇନାଲିଷ୍ଟ । ଆଜି ନ୍ୟୁଜିଲାଣ୍ଡ ପାଇଁ କର ବା ମର ମ୍ୟାଚ୍ । ଶ୍ରୀଲଙ୍କା ବିପକ୍ଷରେ ଆଜି ଜିତିଲେ ଚତୁର୍ଥ ଦଳ ଭାବରେ ସେମିଫାଇନାଲକୁ ଯିବ କିୱି ବାହିନୀ । କିନ୍ତୁ ଏହି ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବା ଜରୁରୀ । ଏହି ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡର ୧୦ ପଏଣ୍ଟ ହେବ ଓ ସେମି ରାସ୍ତା ସହଜ ହେବ । କିନ୍ତୁ ଶ୍ରୀଲଙ୍କା ବି ଆଜି ମ୍ୟାଚ୍ ଜିତିବାକୁ କଳବଳ ଲଗାଇ ଦେବ । କାରଣ ହାରିଲେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିପାରିବ ନାହିଁ । ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା ପାଇଁ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିବା ଜରୁରୀ ।

ଅନ୍ୟପଟେ ପାକିସ୍ତାନ ହାତରେ ବି ବିଶ୍ବକପ୍ ସେମିଫାଇନାଲ୍ ଯିବା ସୁଯୋଗ ରହିଛି । ଆସନ୍ତା ୧୧ ତାରିଖରେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ । ଏହି ମ୍ୟାଚ୍ ଜିତିଲେ ପାକିସ୍ତାନର ପଏଣ୍ଟ ୧୦ରେ ପହଞ୍ଚିବ । କିନ୍ତୁ ରନ୍ ରେଟରେ ଏବେ ନ୍ୟୁଜିଲାଣ୍ଡ ପଛରେ ରହିଛି । ତେଣୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନକୁ ବିରାଟ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । ଅନ୍ୟପଟେ ଆଫଗାନିସ୍ତାନ ବି ୮ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ପାଇଛି । କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ । ତିନିଟି ଯାକ ଟିମ୍ ଆଗାମୀ ମ୍ୟାଚ୍ ଜିତିଲେ ରନ୍ ରେଟ୍ ଆଧାରରେ ଆଫଗାନିସ୍ତାନର ସେମିଫାଇନାଲ୍ ଯିବା ଅସମ୍ଭବ ହେବ । ତେଣୁ ଚତୁର୍ଥ ସେମିଫାଇନାଲିଷ୍ଟ ପାଇଁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଭିତରେ ମୁକାବିଲା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.