ଡିପ୍ରେସନ୍‌ କିମ୍ବା ଅନ୍ୟାନ୍ୟ ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଯେଉଁମାନଙ୍କର ଜୀବନରେ ପ୍ରକୃତ ବନ୍ଧୁ ଅଛନ୍ତି, ସେମାନେ ଟେନ୍‌ସନ୍‌, ଡିପ୍ରେସନ୍‌, ହାର୍ଟ ଆଟାକ, ବ୍ଲଡ୍‌ ପ୍ରେସର ଭଳି ସମସ୍ୟା ଏବଂ ଏକାରହିବା ପରି ସମସ୍ୟାରୁ ବଞ୍ଚି ରହିଥାନ୍ତି । ଏହିପରି ଲୋକମାନେ ଅଧିକ ଦିନ ବଞ୍ଚିଥାନ୍ତି । ବନ୍ଧୁତା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଜଣେ ବନ୍ଧୁ କେବଳ ସୁଖ କିମ୍ବା ଦୁଃଖରେ ଆପଣଙ୍କ ସାଥୀ ହୋଇନଥାନ୍ତି ବରଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେଇଥାନ୍ତି । ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନଙ୍କର ଭଲ ସାଙ୍ଗ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହିପରି ଲୋକମାନେ ବହୁତ ଦିନ ବଞ୍ଚିଥାନ୍ତି ଏବଂ ବୟସର ସବୁ ସମୟରେ ଖୁସି ରୁହନ୍ତି । ବନ୍ଧୁତା ଯେକୌଣସି ବୟସରେ ଏବଂ ଯେକୌଣସି ବୟସର ଲୋକଙ୍କ ସହିତ ହୋଇପାରିବ । ଜଣେ ସାଙ୍ଗଙ୍କ ସହ କଥାବାର୍ତ୍ତା ହେବା ଦ୍ୱାରା ମନ ହାଲୁକା ହୋଇଯାଏ । ତାହେଲେ ଯଦି ଆପଣଙ୍କର କୌଣସି ସାଙ୍ଗ ନାହାଁନ୍ତି ତେବେ ନିହାତି ଆପଣ ଜଣେ ସାଙ୍ଗ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ମେଣ୍ଟାଲ ହେଲଥ୍‌ ଠିକ୍‌ ରହିବ ।

ଯେଉଁମାନଙ୍କର ଜୀବନରେ ପ୍ରକୃତ ସାଙ୍ଗ ଅଛନ୍ତି, ସେମାନେ ଟେନ୍‌ସନ୍‌, ଡିପ୍ରେସନ୍‌, ହାର୍ଟ ଆଟାକ, ବ୍ଲଡ୍‌ ପ୍ରେସର ଭଳି ସମସ୍ୟା ଏବଂ ଏକାରହିବା ପରି ସମସ୍ୟାରୁ ବଞ୍ଚି ରହିଥାନ୍ତି । ଏହିପରି ଲୋକମାନେ ଅଧିକ ଦିନ ବଞ୍ଚିଥାନ୍ତି । ବନ୍ଧୁତା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବନ୍ଧୁତ୍ୱର ପ୍ରଭାବ :
ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ : ଯେଉଁମାନଙ୍କର ଜୀବନରେ ଭଲ ବନ୍ଧୁ ଥାଆନ୍ତି, ସେମାନଙ୍କ ମାନସିକ ଅବସ୍ଥା ଏକା ରହୁଥିବା ଲୋକଙ୍କ ଅପେକ୍ଷା ଭଲ ରହିଥାଏ । ଏହିପରି ଲୋକମାନଙ୍କୁ ଟେନ୍‌ସନ୍‌, ଡିପ୍ରେସନ୍‌, ବ୍ଲଡ ପ୍ରେସର ଭଳି ରୋଗର କମ୍ ସମସ୍ୟା ହୋଇଥାଏ । କୁହାଯାଏ ବନ୍ଧୁତା ବିନା ବଞ୍ଚୁଥିବା ଲୋକମାନେ ଏକା ରହିବା ହେତୁ ମାନସିକ ସମସ୍ୟା ଦ୍ୱାରା ଘେରି ରହିଥାନ୍ତି ।

ହାଇ ବ୍ଲଡ୍‌ ପ୍ରେସର ସମସ୍ୟା କମିଯାଏ : ବନ୍ଧୁତା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନଙ୍କର ଭଲ ବନ୍ଧୁ ଥାଆନ୍ତି, ସେମାନେ ଏକା ରହୁଥିବା ଲୋକଙ୍କ ତୁଳନାରେ ହାର୍ଟ ଆଟାକ କମ୍ ହୋଇଥାଏ ।

ହାର୍ଟ ଆଟାକ ଏବଂ ଷ୍ଟ୍ରୋକର ବିପଦ କମ୍ ରହିଥାଏ : ଯେଉଁମାନେ ଏକା ରୁହନ୍ତି କିମ୍ବା ଲୋକଙ୍କ ସହ ଏତେ ମିଶି ପାରନ୍ତି ନାହିଁ, ସେମାନେ ସଦା ସର୍ବଦା ଚିନ୍ତାରେ ରୁହନ୍ତି । ସେଥିପାଇଁ ସେହି ଲୋକମାନଙ୍କର ହାର୍ଟ ଆଟାକ, ଷ୍ଟ୍ରୋକ୍ ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ବିଶେଷ ଭାବେ ୪୦ ବର୍ଷ ବୟସ ପରେ, ଆପଣ ଭଲ ସାଙ୍ଗ କରିବା ଉଚିତ୍, ଯାହା ଦ୍ୱାରା ଆପଣ ଏହିପରି ବିପଜ୍ଜନକ ରୋଗରୁ ଦୂରେଇ ରହିପାରିବେ ।

ଅଲଜାଇମର ବିପଦ କମିଯାଏ : ଯଦି ଆପଣଙ୍କ ଜୀବନରେ ଭଲ ସାଙ୍ଗ ଅଛନ୍ତି, ତେବେ ଆପଣ ବୃଦ୍ଧାବସ୍ଥାରେ କମ୍ ସମସ୍ୟାର ସମ୍ମୁଖୀନ ହେବ । ଏହିପରି ଲୋକଙ୍କର ଅଲଜାଇମର ରୋଗ ଏବଂ ବୟସ ସହିତ ଭୁଲିଯିବା ଭଳି ରୋଗ ହେବାର ଆଶଙ୍କା କମ୍ ରହିଥାଏ । ଏହିପରି ଲୋକମାନେ ମାନସିକ ସ୍ତରରେ ଅଧିକ ଆକ୍ଟିଭ ରୁହନ୍ତି ।

ଅଧିକ ସମୟ ପର୍ଯ୍ୟନ୍ତ ଫିଟ୍ ରୁହନ୍ତି : ଯେଉଁମାନଙ୍କର ଭଲ ସାଙ୍ଗ ଅଛନ୍ତି ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଫିଟ୍ ରୁହନ୍ତି । ସେଥିପାଇଁ ଆପଣମାନେ ନିଶ୍ଚିତ ଭାବେ ନିଜ ଆଖପାଖରେ ସାଙ୍ଗ କରିବା ଉଚିତ । ଏହା ସହିତ ଦୁଇ ଜଣ ସାଙ୍ଗ ପରସ୍ପରକୁ ଫିଟ୍ ରହିବାକୁ ଉତ୍ସାହିତ ମଧ୍ୟ କରିଥାନ୍ତି । ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବା ଓ କଥାବାର୍ତ୍ତା ହେବା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।

ଯଦି ଆପଣଙ୍କର କୌଣସି ଭଲ ସାଙ୍ଗ ନାହାଁନ୍ତି, ଏବେ ମଧ୍ୟ ସମୟ ଅଛି ଗୋଟିଏ ଭଲ ସାଙ୍ଗ କରିବା ପାଇଁ । ଗୋଟିଏ ଭଲ ସାଙ୍ଗ କରିବାକୁ ହେଲେ ଆପଣ ପ୍ରଥମେ ଘରୁ ବାହାରକୁ ଯାଆନ୍ତୁ, ଲୋକଙ୍କ ସହ କଥା ହୁଅନ୍ତୁ, ପରସ୍ପରକୁ ସମର୍ଥନ କରନ୍ତୁ । ଏହି ପରି ଭାବେ ଆପଣଙ୍କର କେହି ନା କେହି ସାଙ୍ଗ ହୋଇଯିବେ । ଆପଣ ଯଦି କିଛି କଥା ପାଇଁ ଚିନ୍ତିତ ଅଛନ୍ତି, ତାହେଲେ ଆପଣ ସେହି ସାଙ୍ଗଙ୍କ ସହ ସବୁ କିଛି ସେୟାର କରିପାରିବେ । ଏହା ଦ୍ୱାରା ଆପଣଙ୍କ ହାର୍ଟ ଫିଟ୍ ରହିବ, ଏବଂ ଆକ୍ଟିଭ ରହିବ ଏବଂ ଆପଣ ପୂରା ଏନରଜେଟିକ୍‌ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.