‘KGF’ ଫିଲ୍ମ ପୂର୍ବରୁ କିଏ ଥିଲେ ୟଶ ? ୟଶଙ୍କୁ ନେଇ ଏହି ମନ୍ତବ୍ୟ ଅଲ୍ଲୁ ଅରବିନ୍ଦଙ୍କୁ ପଡୁଛି ମହଙ୍ଗା

ନିଜର ଏକ ବିବୃତ୍ତି ଯୋଗୁଁ ବର୍ତ୍ତମାନ ଅଲ୍ଲୁ ଅରବିନ୍ଦଙ୍କୁ ସମାଲୋଚନା କରାଯାଉଛି । ନିକଟରେ ଅଲ୍ଲୁ ଅରବିନ୍ଦ KGF ଷ୍ଟାର ୟଶଙ୍କ ବିଷୟରେ ଏମିତି କିଛି କହିଥିଲେ, ଯାହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା ଅଲ୍ଲୁ ଅରବିନ୍ଦ, ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା । ନିଜର ଏକ ବିବୃତ୍ତି ଯୋଗୁଁ ବର୍ତ୍ତମାନ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ନିକଟରେ ଅଲ୍ଲୁ ଅରବିନ୍ଦ KGF ଷ୍ଟାର ୟଶଙ୍କ ବିଷୟରେ ଏମିତି କିଛି କହିଥିଲେ, ଯାହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଲ୍ଲୁ ଅରବିନ୍ଦ ‘କୋଟାବୋମ୍ମାଲି PS’ ଫିଲ୍ମର ଟିଜର ଲଞ୍ଚ ସମୟରେ ଆକ୍ଟର ଆକ୍ଟ୍ରେସ ମାନଙ୍କର ଫି’ର ପ୍ରଭାବ ଫିଲ୍ମ ବଜେଟରେ କିପରି ପଡୁଛି ସେ ନେଇ କଥାବାର୍ତ୍ତା କରିଛନ୍ତି ।

ଫିଲ୍ମ ହିଟ୍ ହେବା ପରେ ହଠାତ ଫି’ ବଢାଇ ଦେଉଥିବା ଅଭିନେତାଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି । ଏକ ବାର୍ତ୍ତାଳାପ ସମୟରେ ଅରବିନ୍ଦ ଚଳଚ୍ଚିତ୍ରର ବଡ ବଜେଟ୍ ବିଷୟରେ କହୁଥିଲେ । ସେ କହିଛନ୍ତି ଯେ ଏକ ଫିଲ୍ମକୁ ବ୍ଲକବଷ୍ଟର କରିବା ପାଇଁ କେବଳ ସୁପରଷ୍ଟାରଙ୍କ ଚେହେରା ଯଥେଷ୍ଟ ନୁହେଁ । ଏହା ସହ ସେ ‘KGF’ର ଉଦାହରଣ ଦେଇଥିଲେ ଏବଂ କହିଥିଲେ ଯେ KGF ଫିଲ୍ମ ପୂର୍ବରୁ ୟଶ କିଏ ଥିଲେ? ୟଶଙ୍କ ଫ୍ୟାନ୍ସମାନେ ଏଥିରେ କ୍ରୋଧିତ ହୋଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଅରବିନ୍ଦଙ୍କୁ ଏକ ଇଭେଣ୍ଟରେ ପଚରାଯାଇଥିଲା ଯେ ତାଙ୍କ ପ୍ରଡକ୍ସନ ହାଉସ ‘ଗୀତା ଆର୍ଟ୍ସ’ ଆଉ ବଡ଼ ବଜେଟ ଫିଲ୍ମ କାହିଁକି କରୁନାହିଁ ? ଏହାର ଉତ୍ତରରେ ସେ କହିଛନ୍ତି ଯେ ଏହାର ମୁଖ୍ୟ କାରଣ ଯେଉଛି ବଜେଟ । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ସେଲିବ୍ରିଟି ମାନେ କାହିଁକି ଏକ ଫିଲ୍ମ ପାଇଁ ଏତେ ପରିମାଣର ଟଙ୍କା ଚାର୍ଜ କରନ୍ତି ? ଏହା ପରେ ସେ ନିଜ ପୁଅ ଅଲ୍ଲୁ ଅର୍ଜୁନ ଏବଂ ଅଧିକ ଫି’ ନେଉଥିବା ଅନ୍ୟ ଷ୍ଟାର ମାନଙ୍କର ଉଦାହରଣ ଦେଇଥିଲେ । ସେ କହିଛନ୍ତି ଯେ ଫିଲ୍ମର ଅଧିକ ବଜେଟ ପାଇଁ ଷ୍ଟାରଙ୍କ ଫି’ ଏକମାତ୍ର କାରଣ ନୁହେଁ ।

ଫିଲ୍ମର ମୁଖ୍ୟ ଆକ୍ଟରଙ୍କ ଫି’ ବଜେଟର ୨୦-୨୫ ପ୍ରତିଶତ ହେବା ଉଚିତ । କେବେଳ ଆକ୍ଟର ନୁହନ୍ତି ଆକ୍ଟ୍ରେସମାନଙ୍କ ଫି’ ଏବଂ ଫିଲ୍ମ ପାଇଁ ଆହୁରି ମଧ୍ୟ ଅନେକ ଖର୍ଚ୍ଚ ହୋଇଥାଏ । ଅରବିନ୍ଦ ବିଶ୍ୱାସ କରନ୍ତି ଯେ ଫିଲ୍ମର ଷ୍ଟୋରି ଲାଇନ ଭଲ ହେବା ଦରକାର, କେବେଳ ସେତେବେଳେ ହି ଷ୍ଟାରମାନେ ଫେମସ ହୋଇପାରିବେ । ‘KGF’ର ଷ୍ଟୋରି ଲାଇନ ହି ସେ ଫିଲ୍ମକୁ ଏତେ ସୁପରହିଟ କରିବାରେ ସକ୍ଷମ ହୋଇଥିଲେ । କେବଳ ଫିଲ୍ମର ହିରୋ ନୁହେଁ ଫିଲ୍ମର ନିର୍ମାଣ ପ୍ରକ୍ରିୟା ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ସେ କହିଛନ୍ତି ଯେ ଫିଲ୍ମ ସୁପରହିଟ ହେବା ପାଇଁ କେବଳ ବଡ ଚେହେରା ନୁହେଁ, ଫିଲ୍ମଟି ଭଲ ଭାବରେ ତିଆରି ହେବା ଉଚିତ୍।

ଏହି ବିବୃତ୍ତି ପରେ ଅରବିନ୍ଦ, KGF ଷ୍ଟାର ୟଶଙ୍କ ଫ୍ୟାନମାନଙ୍କ ଟାର୍ଗେଟରେ ଆସିଥିଲେ । X ରେ ୟଶଙ୍କର ଜଣେ ଫ୍ୟାନ ଲେଖିଛନ୍ତି, ‘ଏହି ମାନସିକତାରୁ ବାହାରକୁ ଆସ ଏବଂ ସତ୍ୟକୁ ଗ୍ରହଣ କର । ୟଶଙ୍କ ବିନା ଏହି ଫିଲ୍ମ କିଛି ନୁହେଁ ।’ ୟଶଙ୍କ ପ୍ରତିରକ୍ଷାରେ ଫ୍ୟାନମାନେ କହିଛନ୍ତି ଯେ ‘KGF’ ପୂର୍ବରୁ ମଧ୍ୟ ୟଶ ଏକ ଷ୍ଟାର ଥିଲେ । କିନ୍ତୁ ୟଶ ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ସୂଚନାଯୋଗ୍ୟ ୨୦୧୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘KGF’ ୱାର୍ଲଡ ୱାଇଡ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି ଫିଲ୍ମ ସହିତ ୟଶ ସମଗ୍ର ବିଶ୍ୱରେ ଦର୍ଶକଙ୍କ ମଧ୍ୟରେ ଫେମସ ହୋଇଥିଲେ । ଫିଲ୍ମର ସେକେଣ୍ଡ ପାର୍ଟ ୧୪ ଏପ୍ରିଲ ୨୦୨୨ ରେ ରିଲିଜ ହୋଇଥିଲା । ଏହା ମଧ୍ୟ ସୁପରହିଟ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.