Below header

ପଡିଆ ଜମିରେ ସୁନାର ଫସଲ, ବର୍ଷକୁ ଆୟ ୬୦ ଲକ୍ଷରୁ ଅଧିକ

ସୁୁନ୍ଦରଗଡ ପୋଟଳ ଚାଷ କରି ବର୍ଷକ ଆୟ ୬୦ ଲକ୍ଷରୁ ଅଧିକ । କଥା ଟି ଶୁଣିଲେ ଅବିଶ୍ଵାସ ଲାଗିପାରେ ତେବେ ଏହାକୁ ସତ । ଏଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଚାଂୟତ ର ବୁଡାବାହାଲ ଗ୍ରାମର।

ସୁନ୍ଦରଗଡ(କେନ୍ୟୁଜ୍): ସୁୁନ୍ଦରଗଡରେ ପୋଟଳ ଚାଷ କରି ବର୍ଷକ ଆୟ ୬୦ ଲକ୍ଷରୁ ଅଧିକ । କଥା ଟି ଶୁଣିଲେ ଅବିଶ୍ଵାସ ଲାଗିପାରେ ତେବେ ଏହାକୁ ସତ । ସବୁଜ ଲତା ଭଳି ଦେଖାଯାଉଥିବା ଏହି ଗୁଡିକ ହେଉଛି ପୋଟଳ ଗଛ , ଆଉ ସେଥିରେ ଫଳିଛି ସୁନା ର ଫସଲ। ପୋଟଳ ଫଳିବା ସହିତ ଗଛ ରେ ଭର୍ତି ରହିଛି ଏହାର ଫୁଲ। ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଫସଲ ହୋଇଥିବା ରୁ ଚାଷୀ ମୁହଁ ରେ ହସ ଦେଖିବାକୁ ମିଳିଛି।

ଏଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଚାଂୟତ ର ବୁଡାବାହାଲ ଗ୍ରାମର। ଏହି ଗ୍ରାମ ର ୧୦୨ ପରିବାର ବର୍ତ୍ତମାନ ପୋଟଳ ଚାଷୀ। ଦିନଥିଲା କେବଳ ନିଜର ଭଲ ଜମି ରେ ବର୍ଷକୁ ଗୋଟିଏ ଥର ଧାନ ଚାଷ କରି ଅନ୍ୟ ସମୟରେ ହାତ ବାନ୍ଧି ବସିରହୁଥିଲେ ନଥୁବା ରୋଜଗାର ଖୋଜୁଥିଲେ। ହେଲେ ଏମାନଙ୍କ ଆହୁରି 60 ଏକର ପଡିଆ ଜମି ସେମିତି ହିଁ ପଡିରହୁଥିଲା ।ହେଲେ ନଦୀ ଖଣ୍ଡି ସେହିଗାଁ ରେ ୪ ବର୍ଷ ପୂର୍ବେ ସମସ୍ତେ ମିଶି ଆରମ୍ଭ କରିଥିଲେ ପୋଟଳ ଚାଷ। ପ୍ରଥମେ ଅଳ୍ପ କିଛି ଜମି ରେ ଚାଷ କରି ଭଲ ଲାଭ ପାଇଲେ ବର୍ତମାନ ୬୦  ଏକର ଜମିରେ ଏହି ପୋଟଳ ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ୬୦ ଲକ୍ଷରୁ ଅଧିକ । ଆଉ ଚଳିତ ବର୍ଷ ଆହୁରି ଅଧିକ ରୋଜଗାରର ଆଶା ରଖିଛନ୍ତି ଚାଷୀ।
potal

ରାଜ୍ୟ ସରକାର ଙ୍କ ବନାଚଂଳ ଉନ୍ନୟନ ପ୍ରକଳ୍ପ-୨ମାଧ୍ୟମ ରେ ଏହି ପୋଟଳ ଚାଷ ପାଇଁ ଚାଷୀ ଙ୍କୁ ପ୍ରବର୍ତାଇବା ପରେ ୧୪ ଟି ସ୍ଵୟଂସହାୟିକା ଗୋଷ୍ଠୀ କୁ ଋଣ ପ୍ରଦାନ କରାଗଲା , ଉଠାଜଳସେଚନ ପ୍ରକଳ୍ପ ର ନିର୍ମାଣ କରାଗଲା ଉଦ୍ୟାନ ବିଭାଗ ସହାୟତା ରେ ୯ ଜଣ ମୁଖ୍ୟ ଚାଷୀ ଙ୍କୁ ଲୁହା ରାଞ୍ଜ ପ୍ରଦାନ କରାଗଲା ଏବଂ ନିୟମିତ କୃଷି ବିତିକ ତାଲିମ ଦିଆଯିବା ସହ ବିଭିନ୍ନ ଯନ୍ତ୍ରାଶଂ ମଧ୍ୟ ପ୍ରଦାନ କରାଗଲା ଏବଂ ଚଳିତ ବର୍ଷ ଠାରୁ ଏମାନଙ୍କ ଚାଷ ର ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଗଲା ।

ସୁନ୍ଦରଗଡ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ର ଟିମ୍ ଲିଡର ଦିଗାମ୍ୱର ଉପାଧ୍ୟାୟ ଙ୍କ ନିରନ୍ତର ଉଦ୍ୟମ ରେ ଆଜି ୧୦୨ ପରିବାର ଜଣେ ଜଣେ ସଫଳ ପୋଟଳ ଚାଷୀ ହୋଇପାରିଛନ୍ତି । ପୋଟଳ ଚାଷ କରି କରି ପୋଟଳ ଫଳାନ୍ତି ନାହିଁ। ପ୍ରତି ୩ ବର୍ଷ ରେ ଥରେ ଏହାର କନ୍ଦା ରାଜ୍ୟ ର ବିଭିନ୍ନ ଅଚଂଳ କୁ ରପ୍ତାନୀ ମଧ୍ୟ କରିଥାନ୍ତି। କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର ଯାହାକୁ ଅକ୍ଷରେ ଅକ୍ଷରେ ସତ କରି ଦେଖାଇଛନ୍ତି ଏହି ବୁଡାବାହାଲ ର ଚାଷୀ ମାନେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.