ମହଙ୍ଗା ପଡ଼ୁଛି ଟେକ୍ନୋଲୋଜି, ଲଙ୍କା ଡବା ଭାବି ମଣିଷକୁ ମାରିଲା ରୋବଟ

ଦକ୍ଷିଣ କୋରିଆରେ ଏକ ରୋବଟ୍ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିବା ଜଣା ପଡ଼ିଛି । ରୋବଟ୍ ବ୍ୟକ୍ତିଙ୍କୁ ଲଙ୍କା ଡବାରୁ ଅଲଗା କରିବାରେ ବିଫଳ ହେବାପରେ ଏପରି ଦୁର୍ଘଟଣା ହୋଇଛି । ରୋବୋଟିକ୍ସ କମ୍ପାନୀର ଜଣେ ୪୦ ବର୍ଷ ବୟସ୍କ କର୍ମଚାରୀ ରୋବଟକୁ ଯାଞ୍ଚ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବର୍ତ୍ତମାନ ଟେକ୍ନୋଲୋଜିର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ୁଛି । ମଡର୍ଣ୍ଣ ଟେକ୍ନୋଲୋଜିକୁ ନେଇ ପ୍ରସ୍ତୁତ କରାଯାଉଛି ରୋବଟ୍ସ । ମଣିଷଙ୍କ କାମକୁ ସହଜ କରିବା ପାଇଁ ଏହି ରୋବଟ୍ସମାନଙ୍କୁ ତିଆରି କରାଯାଉଛି । କିନ୍ତୁ ଏହି ରୋବଟ୍ସମାନେ ହିଁ ଯଦି ମଣିଷ ମୃତ୍ୟୁର କାରଣ ପାଲଟିବେ ତେବେ କଣ କରାଯିବ ? ତେବେ ଦକ୍ଷିଣ କୋରିଆରେ ଏକ ରୋବଟ୍ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିବା ଜଣା ପଡ଼ିଛି । ରୋବଟ୍ ବ୍ୟକ୍ତିଙ୍କୁ ଲଙ୍କା ଡବାରୁ ଅଲଗା କରିବାରେ ବିଫଳ ହେବାପରେ ଏପରି ଦୁର୍ଘଟଣା ହୋଇଛି । ରୋବୋଟିକ୍ସ କମ୍ପାନୀର ଜଣେ ୪୦ ବର୍ଷ ବୟସ୍କ କର୍ମଚାରୀ ରୋବଟକୁ ଯାଞ୍ଚ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବିବିସି ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆନ ନ୍ୟୁଜ୍‌ ଏଜେନ୍ସି ୟୋନହାପରେ କୁହାଯାଇଛି ଯେ ରୋବୋଟିକ୍ ଡିଭାଇସ୍‌ ଉକ୍ତ ବ୍ୟକ୍ତିଙ୍କୁ ଏକ ଡବା ଭାବି ଧରିଥିଲା ପରେ ବ୍ୟକ୍ତିଙ୍କ ଶରୀରକୁ କନଭେୟର ବେଲ୍ଟ ଉପରକୁ ଧକ୍କା ଦେଇଥିଲା । ଯାହା ଫଳରେ ବ୍ୟକ୍ତିଙ୍କ ମୁହଁ ଏବଂ ଛାତି ଚାପି ଯାଇଥିଲା । ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ ମୃତ ବ୍ୟକ୍ତି ଦକ୍ଷିଣ ଜିଆଙ୍ଗସାଙ୍ଗ ପ୍ରଦେଶର ଏକ ଲଙ୍କା ତିଆରି ପ୍ଲାଣ୍ଟରେ ପରୀକ୍ଷା କରିବା ପୂର୍ବରୁ ରୋବଟର ସେନସର ଅପରେସନ୍ ଯାଞ୍ଚ କରୁଥିଲେ । ନଭେମ୍ବର ୨ ରେ ଏହି ପରୀକ୍ଷଣ ହେବାକୁ ଥିଲା । ଏହି ପରୀକ୍ଷା ନଭେମ୍ବର ୬ ରେ ହେବା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ରୋବଟର ସେନ୍ସର ସମସ୍ୟା କାରଣରୁ ଏହାକୁ ଦୁଇ ଦିନ ଆଗକୁ ବଢ଼ାଯାଇଥିଲା ।

ମୃତ ବ୍ୟକ୍ତି ହେଉଛନ୍ତି ରୋବୋଟିକ୍‌ ଆର୍ମ ପ୍ରସ୍ତୁତ କରୁଥିବା କମ୍ପାନୀର ଜଣେ କର୍ମଚାରୀ । ବ୍ୟକ୍ତି ଜଣଙ୍କ ବିଳମ୍ବିତ ରାତି ପର୍ଯ୍ୟନ୍ତ ରୋବଟର ଯାଞ୍ଚ କରୁଥିଲେ । ଏହି ସମୟରେ ରୋବଟଟି ଖରାପ ହୋଇଯାଇଥିଲା । ପରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା ।ସୂଚନା ଥାଉକି, ମାର୍ଚ୍ଚ ମାସରେ ଦକ୍ଷିଣ କୋରିଆର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏକ ଅଟୋମୋବାଇଲ୍ ପାର୍ଟସ୍ ମାନ୍ୟୁଫ୍ୟାକଚୁରିଙ୍ଗ ପ୍ଲାଣ୍ଟରେ କାମ କରୁଥିବା ସମୟରେ ଏକ ରୋବଟ୍ ଦ୍ୱାରା ଗୁରୁତର ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.