ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ଠକିଲେ ସଂସ୍ଥାର ମାଲିକ, କାର୍ଯାନୁଷ୍ଠାନ ପାଇଁ ଦାବି

ଯୁବତୀଙ୍କୁ ଦୁଇ ମାସ ଧରି ନିଜ ସଂସ୍ଥାରେ କାମ କରାଇଥିଲେ କିନ୍ତୁ ଯୁବତୀଙ୍କୁ ଦରମା ଦେଇନଥିଲେ ମାଲିକ ଓଲଟା ଅସଭ୍ୟ ଭାଷାରେ ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ସଂସ୍ଥାର ମାଲିକ l ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

ଚାକିରି ନାଁରେ ଠକାମିର ଶିକାର ହେଲେ ଯୁବତୀ । ବିଭିନ୍ନ ବଡ଼ ବଡ଼ ପ୍ରାଇଭେଟ ବ୍ୟାଙ୍କରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଯୁବତୀଙ୍କୁ ଠକିଛନ୍ତି ଏକ ସଂସ୍ଥାର ମାଲିକ । ଯୁବତୀଙ୍କୁ ଦୁଇ ମାସ ଧରି ନିଜ ସଂସ୍ଥାରେ କାମ କରାଇଥିଲେ କିନ୍ତୁ ଯୁବତୀଙ୍କୁ ଦରମା ଦେଇନଥିଲେ ମାଲିକ ଓଲଟା ଅସଭ୍ୟ ଭାଷାରେ ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ସଂସ୍ଥାର ମାଲିକ l ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ନିଜ ପାରିଶ୍ରମିକ ମୂଲ୍ୟ ପାଇବା ପାଇଁ ଯୁବତୀଜଣଙ୍କ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ।

ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଥିବା ପିପି କଲେଜ ଠାରେ ଘଟିଛି । ଗାଭେଟ ନାମକ ଏକ ଘୋରଇ ସଂସ୍ଥାରେ ସାଲେପୁର ଅଞ୍ଚଳର ଜଣେ ଯୁବତୀ ଗତ ୨୦୨୩ ମସିହା ଜାନୁଆରୀ ୩୦ରେ ଯୋଗ ଦାନ କରିଥିଲେ l ଦୁଇ ମାସ ପ୍ରତିଦିନ ଗାଭେଟକୁ ଆସି କାମ କରିଥଲେ l କିନ୍ତୁ ଦୁଇ ମାସ ହେବ ସଂସ୍ଥାର ମାଲିକ ଯୁବତୀଙ୍କୁ କହିଥିଲେ ତୁମେ କାମ କର ଆମେ ତୁମକୁ ଭଲ ଜାଗାରେ ଚାକିରି କରାଇଦେବୁ l ଦୁଇ ମାସ କାମ କରିବା ପରେ ଯୁବତୀଙ୍କୁ ଦରମା ଦେଇନଥିଲେ ସଂସ୍ଥାର ମାଲିକ l ଏହା ପରେ ଯୁବତୀ ତାଙ୍କ ପରିବାର ସହ ଏହି ଗାଭେଟ ସଂସ୍ଥାକୁ ଯାଇଥିଲେ l କିନ୍ତୁ ମାଲିକ ତାଙ୍କୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି l ଏହା ପରେ ଯୁବତୀ ଜଣକ ପରିବାର ସହ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଥିଲେ । ଏହି ସଂସ୍ଥାର ସମସ୍ତ କାଗଜ ପତ୍ର ଯାଞ୍ଚ ହେବା ସହ ମାଲିକଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ଯୁବତୀ l

ସୂଚନା ଥାଉକି କିଛି ଦିନ ତଳେ ଏହି ସଂସ୍ଥାରେ କାମ କରୁଥିବା ଯୁବତୀମାନେ ମାଲିକଙ୍କୁ ଘେରିବା ସହ ସଂସ୍ଥା ଆଗରେ ହୋ ହାଲ୍ଲା କରିଥିଲେ ପରବର୍ତ୍ତୀ ସମୟରେ ମାଲିକ ଯୁବତୀମାନଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିଥିଲେ ।

ଚାକିରି ପାଇଁ ଅନେକ ଯୁବକ ଯୁବତୀ ଏଭଳି ଠକାମିର ଶିକାର ହେଉଛନ୍ତି । ବର୍ତ୍ତମାନର ଯୁବପିଢ଼ିଙ୍କୁ ସହଜରେ ଚାକିରି ମିଳୁନି, ତେଣୁ ଯିଏ ଯେଉଁଠି ପାଉଛି ଚାକିରିରେ ଯୋଗ ଦେଉଛନ୍ତି । କିନ୍ତୁ କିଛି ଅବିଶ୍ୱାସୀ ଲୋକମାନେ ଏମାନଙ୍କ ବିଶ୍ୱାସର ଫାଇଦା ଉଠାଉଛନ୍ତି । ଏବଂ ଟଙ୍କା ନଦେଇ ଯୁବପିଢ଼ିଙ୍କ ଠାରୁ କାମ ହାସଲ କରିଚାଲନ୍ତି । ତେବେ ଆପଣ ଯଦି କେଉଁଠାରେ ଚାକିରି କରୁଛନ୍ତି, ତେବେ ଧ୍ୟାନ ରଖନ୍ତୁ ଉକ୍ତ ସଂସ୍ଥା ଠିକ୍‌ ହୋଇଥାଉ । ନଚେତ ଆପଣ ବି ଏମିତି ଠକାମିର ଶିକାର ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.