ଅଯୋଧ୍ୟା ପରେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ସାହିତ ଭାରତୀୟ

ୟୁନାଇଟେଡ୍ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରତିଷ୍ଠା ହେବ ଏହି ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିର । ଆବୁଧାବିରେ ପ୍ରଥମ BAPS(ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସଂଯୁକ୍ତ ଆରବ ଏମିରେଟସ୍ (UAE) ର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍‌ଘାଟନ ଅପେକ୍ଷାରେ । BAPS (ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିର ଦେଖିବାକୁ ଭବ୍ୟ ଏବଂ ବଡ ମଧ୍ୟ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶ ବାହାରେ ଏତେ ବଡ ହିନ୍ଦୁ ମନ୍ଦିରକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ । ଏଥିପାଇଁ ମୋଦି ଗତକାଲିରୁ ଆବୁଧାବିରେ ପହଞ୍ଚିସାରିଛନ୍ତି । ମୋଦି ସେଠାରେ ପହଞ୍ଚିବା ପରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟେଦ ଅଲ ନାହୟାନ ସ୍ୱାଗତ କରିଛନ୍ତି ।

ୟୁନାଇଟେଡ୍ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରତିଷ୍ଠା ହେବ ଏହି ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିର । ଆବୁଧାବିରେ ପ୍ରଥମ BAPS(ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶାଳ ହିନ୍ଦୁ ମନ୍ଦିର ପ୍ରାୟ ୨୭ ଏକର ଜମିରେ ତିଆରି ହୋଇଛି । ଦୁବାଇ-ଆବୁଧାବି ଶେଖ ଜାୟେଦ ଜାତୀୟ ରାଜପଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ସରକାର ଏହି ମନ୍ଦିର ପାଇଁ ଜମି ଦାନ କରିଥିବା ବେଳେ ୨୦୧୯ ମସିହାରୁ ଆରମ୍ଭ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ୟ ।

ପ୍ରାୟ ୭୦୦କୋଟି ଟଙ୍କା ବ୍ୟୟରେ ଆବୁଧାବିରେ ତିଆରି ହୋଇଛି ଏହି ହିନ୍ଦୁ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ବେଳେ ୨୦୨୨ ମସିହାରେ ମନ୍ଦିର କାର୍ଯ୍ୟ ସମାପ୍ତ ହେବା ନେଇ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ମନ୍ଦିର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

ଅଯୋଧ୍ୟାରେ ୨୨ ଜାନୁଆରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ୩ ସପ୍ତାହ ପରେ ୟୁଏଇରେ ବିଏପିଏସ ମନ୍ଦିରର ଉଦ୍‌ଘାଟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.