ଉମରକୋଟ ଖୁଟୁଗୁଡ଼ା ପୂଜା ମଣ୍ଡପରେ ପୂଜା ପାଉଛନ୍ତି ୩୯ ଫୁଟର ମା’ ରକ୍ଷା କାଳୀ

ବଙ୍ଗୀୟ ପରମ୍ପରାରେ ମାଆ କାଳୀଙ୍କ ପୂଜାର ଗୁରୁତ୍ଵ ଅଧିକା ରହିଛି । ଅନ୍ୟ ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଦୀପାବଳୀରେ କାଳୀ ପୂଜା ହେଉଥିବାବେଳେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଏହି ସମୟରେ ରକ୍ଷା କାଳୀଙ୍କୁ ପୂଜା କରାଯାଏ ।

ଉମରକୋଟ(କେନ୍ୟୁଜ): ବଙ୍ଗୀୟ ପରମ୍ପରାରେ ମାଆ କାଳୀଙ୍କ ପୂଜାର ଗୁରୁତ୍ଵ ଅଧିକା ରହିଛି । ଅନ୍ୟ ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଦୀପାବଳୀରେ କାଳୀ ପୂଜା ହେଉଥିବାବେଳେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଏହି ସମୟରେ ରକ୍ଷା କାଳୀଙ୍କୁ ପୂଜା କରାଯାଏ । ତାହା ମଧ୍ୟ ବହୁ ଜାକଜକମରେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ୟୁଭି ୮ ଖୁଟୁଗୁଡ଼ା ପୂଜା ମଣ୍ଡପରେ ପୂଜା ପାଉଛନ୍ତି ୩୯ ଫୁଟ ଉଚ୍ଚତା ବିଶିଷ୍ଟ ମା’ ରକ୍ଷା କାଳୀ।

ଅଞ୍ଚଳର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଏହି ପୂଜା ପ୍ରତି ବର୍ଷ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବଙ୍ଗୀୟ ଗ୍ରାମ ଖୁଟୁଗୁଡା ଠାରେ ବିଗତ ଚାଳିଶି ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି । ପୂର୍ବରୁ ଏହି କାଳୀ ପୂଜା କମ୍ ଉଚ୍ଚତାର ମୂର୍ତ୍ତୀ ପୂଜା କରାଯାଉଥିଲା କିନ୍ତୁ ଦୁଇ ବର୍ଷ ହେବ ୩୯ ଫୁଟ୍ ଉଚ୍ଚତାର ମୂର୍ତ୍ତୀ ପୂଜା ପାଉଛନ୍ତି ମା କାଳୀ । ଏଥି ପାଇଁ ଖୁଟୁଗୁଡା ଗାଁ ଏବେ ଚଳଚଞ୍ଚଳ ହୋଇପଡିଛି ।ଏହି ପୂଜା ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ଆସିବା ସହ ପଡୋଶୀ ରାଜ୍ୟ ଛତିଶଗଡ ଆନ୍ଧ୍ରରୁ ଶ୍ରଦ୍ଧାଳୁମାନେ ଏଠାକୁ ବୁଲିବାକୁ ଆସିବା ସହ ମିନାବଜାରର ମଜା ନେବାକୁ ଆସୁଛନ୍ତି ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକର ଝଲମଲ ସହ ବିଭିନ୍ନ ଖାଦ୍ୟ ଷ୍ଟଲରେ ଭିଡ ଜମୁଛି ।

ଏହି ପୂଜା ବଙ୍ଗୀୟ ରୀତିନୀତି ଅନୁସାରେ ଏଠାରେ ପୂଜା କରା ଯାଇଥାଏ । ପୂଜା ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି। ଏହି ପୂଜା ଆସନ୍ତା ୧୬ ତାରିଖ ପଯ୍ୟନ୍ତ ଚାଲିବାକୁ ଥିବା ବେଳେ ମହା ଆଡମ୍ବର ସହ ପୂଜା ଚାଲିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ମିନାବଜାର ମଧ୍ୟ ବସିଛି । ସ୍ଥାନୀୟ ଅଞ୍ଚଳ ସହ ବିଭିନ୍ନ ସ୍ଥାନରୁ ବହୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ଏହି ପୂଜାରେ । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୂଜା କମିଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବା ବେଳେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.