Below header

ପିଶାଚ ବାପା-ମାଙ୍କ ନରକୀୟ କାଣ୍ଡ, ଜୀବନ ନେବାକୁ ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲା ପୁଅ

ପିଶାଚ ବାପା-ମାଙ୍କ ନାରକୀୟ କାଣ୍ଡ । ଜୀବନ ନେବାକୁ ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ଅଞ୍ଚଳରେ ।

ଉଦଳା (କେନ୍ୟୁଜ): ପିଶାଚ ବାପା-ମାଙ୍କ ନାରକୀୟ କାଣ୍ଡ । ଜୀବନ ନେବାକୁ ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ଅଞ୍ଚଳରେ । ଗତକାଲି ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ ।

ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ପାଇଁ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା କରିଥିଲେ ଖୋଦ ବାପା ସିଦ୍ଧ ମାରାଣ୍ଡି । ବଳି ଉଦ୍ୟମ ବେଳେ ସେଠାରୁ ବିକାଶ ଖସି ପଳାଇଥିଲା । କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ମାବା-ମାପାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ବିଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.