ରେଲୱେରେ ୯୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେଠୁ କରିବେ ଆବେଦନ
ରେଲୱେରେ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ମାର୍ଚ୍ଚ ୯, ୨୦୨୪ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।

ରେଳବାଇରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେରେ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ମାର୍ଚ୍ଚ ୯, ୨୦୨୪ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।
ପଦବୀ ବିବରଣୀ : ୯୦୦୦
ଟେକ୍ନିସିଆନ ଗ୍ରେଡ ୧ : ୧୧୦୦
ଟେକ୍ନିସିଆନ ଗ୍ରେଡ ୩ : ୭୯୦୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୯ ତାରିଖରୁ ଆବେଦନ କରିପାରିବେ । ସେହିପରି ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ sslc କିମ୍ବା ଆଇଟିଆଇ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଜରୁରୀ । ଟେକ୍ନିସିଆନ ଗ୍ରେଡ ୧ ସିଗନାଲ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୬ ବର୍ଷ ଏବଂ ଟେକ୍ନିସିଆନ ଗ୍ରେଡ ୩ ପଦବୀ ପାଇଁ ସର୍ବାଧିକ ବୟସ ୩୩ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ଏଥିପାଇଁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ପୂର୍ବତନ ସୈନିକ/PWD/EWS/ଟ୍ରାନ୍ସଜେଣ୍ଡର/ମହିଳା ପ୍ରାର୍ଥୀ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହାପରେ ହୋମପେଜରେ କ୍ଲିକ୍ କରନ୍ତୁ ।
ଆବେଦନ ପାଇଁ ରେଜିଷ୍ଟ୍ରେସନ କରନ୍ତୁ ।
ସବୁକିଛି ଦସ୍ତାବିଜ ଦେବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ସବମିଟ୍ କରନ୍ତୁ । ଭବିଷ୍ୟତ ପାଇଁ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।