Below header

ନିଜ ପୁଅକୁ ବଳି ଦେବାକୁ ଜନ୍ମକଲା ମା’ ବାପା ରଚିଥିଲେ ଷଡଯନ୍ତ୍ର, ସତ ଜାଣିବାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲା ନାବାଳକ

ନିଜ ଜନ୍ମ କଲା ପିଲାକୁ କିଏ କଣ କେବେ ବଳି ଦେବ କି? ଦେବା ତ ଦୁରର କଥା ଏମିତି ଭାବନା ବି କାହାର କେବେ ଆସିବନି । ହେଲେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁ ସମ୍ଭବ । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମା ଓ ବାପା ସାଜିଲେ ପିଶାଚ ।

ଉଦଳା(କେନ୍ୟୁଜ):  ନିଜ ଜନ୍ମ କଲା ପିଲାକୁ କିଏ କଣ କେବେ ବଳି ଦେବ କି? ଦେବା ତ ଦୁରର କଥା ଏମିତି ଭାବନା ବି କାହାର କେବେ ଆସିବନି । ହେଲେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁ ସମ୍ଭବ । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମା ଓ ବାପା ସାଜିଲେ ପିଶାଚ । ଠାକୁରାଣୀ ପାଖରେ ନିଜ ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଗଲେ ।ହେଲେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ଠିକ୍ ସମୟରେ ସବୁ ଜାଣିପାରି କୌଶଳକ୍ରମେ ପୁଅଟି ଘଟଣାସ୍ଥଳରୁ ଖସି ଆସିବାରେ ସଫଳ ହେୋଇଛି। ଆଉ ଦୁନିଆ ଆଗରେ ଖୋଲିଦେଇଛି ମା ବାପାଙ୍କ ଅସଲ ମୁଖା ।

ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ। ସୂଚନା ମୁତାବକ, ଗତକାଲି ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ ।

ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇଯାଇଥିଲେ । ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ । ଖୋଦ ବିକାଶର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରୁଥିବାବେଳେ ସେଠାରୁ ବିକାଶ ଖସି ଦୌଡିବାକୁ ଲାଗିଥିଲା ।

କିଛି ବାଟ ଯିବା ପରେ ସ୍ଥାନୀୟ କିଛି ଯୁବକଙ୍କ ହାବୁଡ଼ରେ ପଡିଥିଲା । ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମା ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ । ହେଲେ ଧରିବାରେ ବିଫଳ ହୋଇଥିଲେ । ତେବେ ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା ।

ଏଭଳି ଏକ ଘଟଣା ଶୁଣିଲା ବେଳକୁ ବି ଲୋମଟାଙ୍କୁରୀ ଉଠୁଛି । ଗୋଟେ ପିଲା ପାଇଁ ତା ସୁରକ୍ଷା କବଚ ହେଉଛି ତା ବାପା ମା । ଯଦି ସେହି ଜନ୍ମକଲା ବାପା ମା ତାକୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚିବେ ତେବେ ଏ ଦୁନିଆରେ ସେ କାହାକୁ ବା ଆଉ ବିଶ୍ୱାସ କରିବ । ତେବେ ଏହି ଘଟଣାରେ ପିଲାଟିର ବାପା ମାକୁ ତୁରନ୍ତ ଧରି ଉଚିତ୍ ଶାସ୍ତି ଦେବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.