ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । କଂଗ୍ରେସ ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ଅଂଶୁମାନ ।

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । କଂଗ୍ରେସ ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ଅଂଶୁମାନ । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ମସିହାରେ କଂଗ୍ରେସ ଦଳରୁ ରାଜନଗର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ ଅଂଶୁମାନ । କୁତ୍ରା, ବଡ ଗାଁ, ରାଉରକେଲା ଓ ସୁନ୍ଦରଗଡ଼ର ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ । ଏବେ ସେ ବିଜେପିରେ ଯୋଗ ଦେବା ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ବିଜେପି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.