ଭାଲେଣ୍ଟାଇନ ଡେ : ପ୍ରେମୀ ଯୁଗଳଙ୍କ ପାଇଁ ଉତ୍ସବର ଦିନ

ପ୍ରେମୀ ଯୁଗଳଙ୍କୁ ପାଇଁ ଆଜି ହେଉଛି ସବୁଠୁ ଖୁସିର ଦିନ । ପ୍ରେମୀ ଯୁଗଳଙ୍କ ପାଇଁ ଏହା କୌଣସି ଉତ୍ସବ ଠାରୁ ମଧ୍ୟ କମ୍‌ ନୁହେଁ । ପ୍ରେମୀ ଯୁଗଳ ନିଜ ନିଜ ପାଟର୍ନରକୁ ଭାଲେଣ୍ଟାଇନ ଡେକୁ ସ୍ୱତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥାନ୍ତି ।

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ପାଇଁ ଦିନଟିଏ । ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଉଛି । ପ୍ରେମକୁ ପରିପ୍ରକାଶ କରିବା ପାଇଁ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ସପ୍ତାହର ବିଭିନ୍ନ ଦିନ ପାଳନ କରାଯାଏ। ଆଜି ଏହି ପ୍ରେମ ସପ୍ତାହର ଶେଷ ଦିନ ଅର୍ଥାତ ଭାଲେଣ୍ଟାଇନ୍ସ ଡେ। ପ୍ରେମୀ ଯୁଗଳଙ୍କୁ ପାଇଁ ଆଜି ହେଉଛି ସବୁଠୁ ଖୁସିର ଦିନ।

ପ୍ରେମୀ ଯୁଗଳଙ୍କ ପାଇଁ ଏହା କୌଣସି ଉତ୍ସବ ଠାରୁ ମଧ୍ୟ କମ୍‌ ନୁହେଁ । ପ୍ରେମୀ ଯୁଗଳ ନିଜ ନିଜ ପାଟର୍ନରକୁ ଭାଲେଣ୍ଟାଇନ ଡେକୁ ସ୍ୱତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥାନ୍ତି ।

ପ୍ରେମର ପ୍ରତୀକ ରୂପେ ବିଚାର କରାଯାଉଥିବା ଜଣେ ପ୍ରସିଦ୍ଧ ସନ୍ଥଙ୍କ ନାମାନୁସାରେ ଏହା ନାମିତ । କୁହାଯାଏ, ରୋମାନରେ କ୍ଲାଉଡିୟସ୍ ଦ୍ୱିତୀୟ ନାମକ ରାଜା ଶାସନ କରୁଥିଲେ । ସେ ପ୍ରେମ ଓ ବିବାହକୁ ପସନ୍ଦ କରୁନଥିଲେ । କାରଣ ପ୍ରେମ ଓ ବିବାହ ଯୋଗୁଁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ । ଏଥିପାଇଁ ରୋମାନ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେନି ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।

Saint Valentines ସେହି ରାଜ୍ୟରେ ଭାଲେଣ୍ଟାଇନ ନାମକ ସନ୍ଥ ରହୁଥିଲେ । ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ ଲାଗି ପ୍ରେରିତ କରୁଥିଲେ । ରାଜାଙ୍କୁ ମଧ୍ୟ ଖ୍ରୀଷ୍ଟିଆନ୍ ଧର୍ମ ଛାଡି ରୋମାନ ଧର୍ମ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ରାଜା ଏହାକୁ ଅସ୍ୱୀକାର କରିବା ସହ ସନ୍ଥଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ସେହି ଦିନ ଥିଲା ଫେବୃଆରୀ ୧୪ ତାରିଖ । ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମ ପାଇଁ ଦିନଟିଏ ପାଳନ କରାଯାଉଛି । ଏହି ଦିନ ଦୁଇ ପ୍ରେମୀ ଯୁଗୋଳ ପ୍ରେମର ବାର୍ତ୍ତା ସହ କାର୍ଡ, ଫୁଲ କିମ୍ବା ଚକୋଲେଟ୍ ଦେଇ ଅନ୍ୟ ଜଣଙ୍କ ପ୍ରତି ନିଜର ଭଲପାଇବା ପ୍ରଦର୍ଶନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.