ଜୁଇ ଜଳିଲା ବେଳକୁ ଆଖି ଖୋଲି ଦେଲେ ମୃତ ମହିଳା, ଏବେ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

ଶ୍ମଶାନରୁ ଫେରିଲେ ମହିଳା । ଜୁଇ ଜଳିଲା ବେଳକୁ ଖୋଲିଦେଲେ ଆଖି । ଯାହାକୁ ଦେଖି ଚକିତ ହୋଇଗଲେ ଉପସ୍ଥିତ ଥିବା ଲୋକେ । ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।

ବ୍ରହ୍ମପୁର(କେନ୍ୟୁଜ): ଶ୍ମଶାନରୁ ଫେରିଲେ ମହିଳା । ଜୁଇ ଜଳିଲା ବେଳକୁ ଖୋଲିଦେଲେ ଆଖି । ଯାହାକୁ ଦେଖି ଚକିତ ହୋଇଗଲେ ଉପସ୍ଥିତ ଥିବା ଲୋକେ । ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଶବ ଦାହ ପାଇଁ ପରିବାର ଲୋକେ ତାଙ୍କ ମରଶରୀକୁ ଶ୍ମଶାନକୁ ନେଇ ଯାଇଥିଲେ । ଠିକ୍ ଜୁଇ ଜଳିବା ସମୟରେ ହଠାତ୍ ମହିଳା ଜଣକ ବଞ୍ଚି ଥିବା ଜଣାପଡ଼ିଥିଲା । ଯାହାଫଳରେ ପୁଣି ଘରକୁ ଫେରିଛନ୍ତି ଉକ୍ତ ମହିଳା ଜଣଙ୍କ । ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ସହରର ଗୁଡ୍ ସେଡ୍ ଅଞ୍ଚଳର ଶିବରାମ ପାଳଙ୍କ ପତ୍ନୀ କେ.ରାଜଶ୍ୱରୀ । ଜାନୁଆରୀ ମାସରେ ଗ୍ୟାସରୁ ନିଆଁ ଲାଗି ପୋଡ଼ି ହୋଇ ଗୁରୁତର ଆହାତ ହୋଇଥିଲେ। ପରେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯିବା ପରେ ସେ ଘରକୁ ଫେରିଥିଲେ ।

ତେବେ ଦୀର୍ଘ ଦିନ ହେଲା ଶରୀର ଅସୁସ୍ଥ ଥିବାବେଳେ ତାଙ୍କ ସ୍ୱାମୀ ତାଙ୍କର ସେବା କରିଆସୁଥିଲେ । ଗରିବ ଓ ଅଭାବ ଅନାଟନ କାରଣଙ୍କୁ ତାଙ୍କୁ ଅଧିକା ଚିକିତ୍ସା ନ କରି ପାରି ଘରେ ହିଁ ରଖିଥିଲେ । ତେବେ ଗତକାଲି ରାଜେଶ୍ୱରୀ ହଲଚଲ ନ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ସ୍ୱାମୀ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ କର୍ପୋରେଟରଙ୍କ ସହୟାତାରେ ଶବଦାହ ପାଇଁ ଶ୍ମଶାନକୁ ନିଆଯାଇଥିଲା ।

ତେବେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହଠାତ୍ ମହିଳା ଜଣଙ୍କ ଆଖି ଖୋଲି ଦେଖିଥିଲେ । ଏହା ଦେଖି ସେ ଜୀବିତ ଥିବା ଜାଣିବାକୁ ପାଇବା ପରେ ତାଙ୍କୁ ତୁରନ୍ତ ଘରକୁ ଆଣିବା ପରେ ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କାରାଯାଇଛି । ବର୍ତ୍ତମାନ ମହିଳାଙ୍କର ଚିକିତ୍ସା ଜାରି ରିହଛି । ସେପଟେ ମହିଳା ଜଣକ କିପରି ଭଲରେ ଚିକିତ୍ସା ପାଇପାରିବେ ସେନେଇ ସ୍ୱାମୀ ନିବେଦନ ଶିବରାମ କରିଛନ୍ତି । ଏଭଳି ଘଟଣା ବିରଳ । ତେବେ ଏହି ମୃତ୍ୟୁ ପରେ ଜୀବନ୍ତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲିଟିଥିବା.ବେଳେ ସଭିଏଁ ମହିଳାଙ୍କ ସୁସ୍ଥ କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.