Below header

ଆସନ୍ତା ୧୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ୭ରେ ମିଳିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ବର(କେନ୍ୟୁଜ୍) : ୭ରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର। ଆସନ୍ତା ୧୦ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା। ଏନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନଭିନ୍ନ ଆକଳନ କରାଯାଇଥିଲେ ମଧ୍ୟ ଏଯାଏ IMD ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଆଇଏମ୍‌ଡି ସୂଚନା ଅନୁଯାୟୀ ଆସନ୍ତା ୪ ତାରିଖ ଆଡକୁ ଦକ୍ଷିଣ ଆଣ୍ଡମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ସେହି ଅଞ୍ଚଳରେ ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ।

ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ତେବେ ବଙ୍ଗୋପସାଗରରେ ଘନୀଭୂତ ହୋଇ କେଉଁଆଡେ ମୁହାଁଇବ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଲଘୁଚାପ ସୃଷ୍ଟି ପରେ ୭ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଉ କି ନନେଉ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.