ଧ୍ୱଂସ୍ତ ବିଧ୍ୱସ୍ତ ସହର ମାରିୟୁପୁଲରେ ଆରମ୍ଭ ହୋଇଛି ମାନବୀୟ କରିଡର, ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରିତ

ବହୁଦିନ ପରେ ଧ୍ୱଂସ୍ତ ବିଧ୍ୱସ୍ତ ସହର ମାରିୟୁପୁଲରେ ଆରମ୍ଭ ହୋଇଛି ମାନବୀୟ କରିଡର । ଉଭୟ ୟୁକ୍ରେନ ଓ ରୁଷ୍‌ ଦଖଲରେ ଥିବା ଏହି ସହରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ଆଜୋଭ୍‌ଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ଫସି ରହିଥିବା ଲୋକଙ୍କୁ ଜପୋରଜିଆ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଷ୍ଟିଲ୍‌ ପ୍ଲାଣ୍ଟରୁ ୧୦୦ ଜଣଙ୍କୁ ଉଦ୍ଧାର ହୋଇଛନ୍ତି । କିନ୍ତୁ ଉଦ୍ଧାର ସତ୍ତ୍ୱେ ମଧ୍ୟ ଭୟର ବାତାବରଣ ଦୂର ହୋଇନାହିଁ ।

ଆଂଶିକ ଭାବେ ଶେଷ ହେବାପରେ ରାତିସାରା ପ୍ଲାଣ୍ଟରେ ଭୟଙ୍କର ବୋମାମାଡ଼ ହୋଇଛି । ବୋମାମାଡ଼ ପରେ ଅନେକ ସ୍ଥାନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଯେଉଁ ସ୍ଥାନରେ ଲୋକମାନେ ଆଶ୍ରୟ ନେଇଥିଲେ ସେଠାରେ ପ୍ରବଳ ଧୂଆଁ ବାହାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.