ଚାଷ ଜମିରେ ତଡା ଯାଇଥିବା ଗାତର ଜଳ ମେଣ୍ଟୁଛି ଏହି ଗାଁ ଲୋକଙ୍କ ଶୋଷ

ଖରା ଦିନ ଆରମ୍ଭ ନହେଉଣୁ ଜଳକଷ୍ଟ ଭୋଗିଲେଣି ଲୋକେ। ଗାଁ ନିକଟରେ ଥିବା ଚାଷ ଜମିରୁ ଗାତ ତାଡି ଜଳ ସଂଗ୍ରହ କରିବା ପରେ ସେହି ଜଳରେ ମେଣ୍ଟୁଚି ଶୋଷ। ସବୁ ଜାଣି ଅଜଣା ହେଉଛି ପ୍ରଶାସନ। ତୁରନ୍ତ ସମସ୍ଯାର ସମାଧାନ କରିବାକୁ ହେଉଛି ଦାବି।

ଆନନ୍ଦପୁର (କେନ୍ୟୁଜ): ଖରା ଦିନ ଆରମ୍ଭ ନହେଉଣୁ ଜଳକଷ୍ଟ ଭୋଗିଲେଣି ଲୋକେ। ଗାଁ ନିକଟରେ ଥିବା ଚାଷ ଜମିରୁ ଗାତ ତାଡି ଜଳ ସଂଗ୍ରହ କରିବା ପରେ ସେହି ଜଳରେ ମେଣ୍ଟୁଚି ଶୋଷ। ସବୁ ଜାଣି ଅଜଣା ହେଉଛି ପ୍ରଶାସନ। ତୁରନ୍ତ ସମସ୍ଯାର ସମାଧାନ କରିବାକୁ ହେଉଛି ଦାବି।

ଚାଷ ଜମିରେ ତଡା ଯାଇଥିବା ଗାତର ଜଳ ମେଣ୍ଟାଉଚି ଶୋଷ। ଏ ବିକଳ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହଁ ବରଂ ଆନନ୍ଦପୁର ପୌର ପରିଷଦ କୁ ଲାଗି ରହିଥିବା ବାଇଲୋ ପଞ୍ଚାୟତ ବାରିଗାଁ ଦେହୁରୀ ସାହିର। ଏହି ସାହିରେ ୫୦ ରୁ ଉର୍ଦ୍ଧ ପରିବାର ରେ ୪ଶହ ରୁ ଉର୍ଦ୍ଧ୍ଵ ଲୋକେ ବସବାସ କରନ୍ତି। ଏମାନେ ପିଇବା ପାଣି ଅଭାବ ରୁ ଅଭିଶପ୍ତ ଜୀବନ ଯାପନ କରୁଛନ୍ତି। ସାହିର ଗୋଟିଏ ମୁଣ୍ତରେ ଥିବା ଭଙ୍ଗା ଦଦରା ନଳକୂପ ୪ ବର୍ଷରୁ ଉର୍ଦ୍ଧ୍ଵ ହେବ ପାଣି ଦେବା ବନ୍ଦ କରିଦେଇଛି।

water'

ଗାଁକୁ ଆସିଥିବା ଟ୍ଯାପ୍‌ ରେ ଆଜିଯାଏଁ ପାଣି ଦିଆ ଯାଉନି। ଗାଧୋଇବା ପାଇଁ ଦୂରରେ ଥିବା କୁଷେଇ ନଦୀକୁ ଯାଉଛନ୍ତି ଲୋକେ। ଘଟଣା କୁ ନେଇ ବାରମ୍ବାର ବ୍ଲକ୍‌ ରେ ଅଭିଯୋଗ ହେଉଥିଲେ ମଧ୍ୟ ଫଳ ଶୁନ। ଦୂଷିତ ପାଣି ପିଇ ଅନେକ ରୋଗାଗ୍ରସ୍ତ ହେଉଥିବା ବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେବା ନିଶ୍ଚିତ ଭାବେ ଦୁଃଖର ବିଷୟ। ଘଟଣା ସମ୍ପର୍କରେ ଉପଜିଲ୍ଲପାଳଙ୍କୁ ଅବଗତ କରିବା ପରେ ତୁରନ୍ତ ସେମାନଙ୍କୁ ପାନୀୟ ଜଳର ବ୍ଯବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି। ଆଶା ରଖିବା ଏ ଖବର ନିଶ୍ଚିତ ଭାବେ ପ୍ରାଶାସନିକ ଅଧିକାରିଙ୍କ ମନକୁ ଆନ୍ଦୋଳିତ କରିବ ଓ ଖୁବଶିଘ୍ର ଏହି ଲୋକମାନେ ପାନୀୟ ଜଳର ସୁବିଧା ପାଇବେ।