ହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି

ହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ।ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଛି । ହୋର୍ଡିଂ ଉପରେ ଚଢ଼ି ଯାଇଥିବା ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ତାଙ୍କ ନାଁ ଟୁଲୁ ପାତ୍ର ।

ଭୁବନେଶ୍ୱର (କେନ୍ୟୁଜ):  ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍‌ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ ଛକରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ । ସ୍ଥାନୀୟ ଲୋକ ଏକଥା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅଭିଯାନ ।

ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧରା କରି ତଳକୁ ଆଣିଥିଲେ ଅଗ୍ନିଶମ ବାହିନୀ ଟିମ୍‌ । ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଛି । ହୋର୍ଡିଂ ଉପରେ ଚଢ଼ି ଯାଇଥିବା ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ତାଙ୍କ ନାଁ ଟୁଲୁ ପାତ୍ର । ସେ ପେସାରେ ଜଣେ ଡ୍ରାଇଭର । ତେବେ ସେ ଏମିତି କାମ କାହିଁକି କଲେ ତାଙ୍କୁ ପଚରାଉଚରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.